ଚିଲିକା ମଝିରେ ଫସିଛନ୍ତି ୬୦ରୁ ଅଧିକ ଯାତ୍ରୀ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଖରାପ ହୋଇଥିବା ସୂଚନା । ଉଦ୍ଧାର ପାଇଁ ଯାତ୍ରୀଙ୍କ ଆକୁଳ ନିବେଦନ

147

କନକ ବ୍ୟୁରୋ : ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଡଙ୍ଗା ଫସିଥିବା ସୂଚନା ରହିଛି । ଡଙ୍ଗାରେ ପ୍ରାୟ ୬୦ ଜଣ ଯାତ୍ରୀ ଓ ୨୫ରୁ ଅଧିକ ବାଇକ୍ ଥିବା ସୂଚନା ମିଳିଛି । ଚିଲିକା ସାତପଡ଼ା ଠାରୁ ୫ କିଲୋମିଟର ଦୂର ଜହ୍ନିକୁଦା ଘାଟକୁ ଯାତ୍ରା କରୁଥିଲା ଡଙ୍ଗା । ଡଙ୍ଗାଟି ଅପରାହ୍ଣ ୪ଟା ବେଳେ ଘାଟ ଅଭିମୁଖେ ବାହାରିଥିଲା । କିନ୍ତୁ ଚିଲିକା ମଝିରେ ଡଙ୍ଗାର ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା । ଡଙ୍ଗାଟି ଏବେବି ମଝି ସମୁଦ୍ରରେ ଫସି ରହିଛି । ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ପହଂଚି ନଥିବା ସୂଚନା ମିଳିଛି । ସେପଟେ ଯାତ୍ରୀମାନେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ।