ପୁଣି ଚାଲିବ ଚିଲିକାରେ ଡଙ୍ଗା, ପାଖରୁ ଦେଖିହେବ ପକ୍ଷୀ । ଅନୁମତି ମିଳିବା ପରେ ଡଙ୍ଗା ତିଆରିରେ ବ୍ୟସ୍ତ ଡଙ୍ଗା ଚାଳକ ।

225

କନକ ବ୍ୟୁରୋ: ଅନୁମତି ମିଳିଲା, ରୋଜଗାର ମିଳିବ । ସେଥିପାଇଁ ତ ଏତେ ସବୁ ସଜବାଜ ।ଡଙ୍ଗା ତିଆରି ଚାଲିଛି । କାଠପଟା, କଂଟା ଆଉ ହାତ ହତିଆର ଧରି କାମରେ ଲାଗିଛନ୍ତି ମହାରଣା କାରିଗର । କାରିଗରଙ୍କ ଦ୍ୱାରା ତିଆରି ହୋଇଥିବା ଏହି ଡଙ୍ଗା ଚିଲିକାରେ ଥିବା ବିଭିନ୍ନ ପକ୍ଷୀ ଅଭୟାରଣ୍ୟକୁ ଯାତାୟତ କରିବ । ଏହି ଡଙ୍ଗାରେ ବସି ବିଦେଶାଗତ ଅତିଥିଙ୍କୁ ଦେଖିବା ପାଇଁ ଯିବେ ପର୍ଯ୍ୟଟକ । ଆଉ ରୋଜଗାର ପାଇବେ ଡଙ୍ଗା କାରିଗର ଓ ଡଙ୍ଗା ଚାଳକ ।

ଶୀତର ଆଗମନରେ ପକ୍ଷୀ ଅଭୟାରଣ୍ୟକୁ ପକ୍ଷୀଙ୍କ ଆଗମନ ହୋଇଛି । ଧିରେ ଧିରେ ପର୍ଯ୍ୟଟକଙ୍କ ଆଗମନ ହେବ । ଏହାକୁ ନଜରରେ ରଖି ଡଙ୍ଗା ତିଆରି କରୁଛନ୍ତି କାରିଗର । ନିହାଣ ମୁନକୁ ଆଉ ତର ନାହିଁ । ଖୋର୍ଦ୍ଧା ଜିଲ୍ଲା ମଙ୍ଗଳାଯୋଡିରେ କରୋନା କଟକଣା ଯୋଗୁଁ ହାତ ବାନ୍ଧି ବସିଥିବା ମହାରାଣା କାରିଗର ଏବେ ଡଙ୍ଗା ତିଆରିରେ ଲାଗିଛନ୍ତି । ଏବଂ ଗୋଟିଏ ଡଙ୍ଗା ତିଆରି କରିବା ପାଇଁ ୫ରୁ ୧୦ ଦିନ ସମୟ ଲାଗୁଛି ।

କରୋନା କଟକଣା ଭିତରେ ଡଙ୍ଗା ଚଳାଚଳ ପାଇଁ ଅନୁମତି ମିଳିଛି । ପର୍ଯଟକମାନେ ଡଙ୍ଗାରେ ଚିଲିକା, ଡାଙ୍ଗମାଳ, ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟକୁ ଯାଇଥାନ୍ତି । ତେଣୁ ପ୍ରତିବର୍ଷ ବହୁ ସଂଖ୍ୟକ ଡଙ୍ଗା ଚିଲିକାରେ ଦେଖିବାକୁ ମିଳିଥାଏ । ଡଙ୍ଗା ବିକ୍ରି କରି ମହାରଣା ସେବାୟତ ଦୁଇ ପଇସା ରୋଜଗାର କରିବା ସହ ଡଙ୍ଗା ଚଳାଇ ନାଉରିଆ ବି ପେଟ ପୋଷିଥାନ୍ତି ।