ଗାଁ ରାସ୍ତାରେ ଚାଲିଛି ବନ୍ୟା ପାଣି । ୧୦ ଦିନ ହେବ ନଦୀର ଭ୍ରମ ସୃଷ୍ଟି କରୁଛି ମାଲକାନଗିରି ମୋଟୁ ବିନାୟକପୁର ରାସ୍ତା । ସତର୍କ ରହିବାକୁ ବିଡ଼ିଓ ଓ ତହସିଲଦାରଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

91

କନକ ବ୍ୟୁରୋ: ଗାଁ ରାସ୍ତାରେ ଚାଲିଛି ବନ୍ୟା ପାଣି । ଗତ ୧୦ ଦିନ ଧରି ମାଲକାନଗିରି ମୋଟୁ ବିନାୟକପୁର ରାସ୍ତା ଏବେ ନଦୀ ଭ୍ରମ ସୃଷ୍ଟି କରିଛି । ଜିଲ୍ଳାରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ମୋଟୁ ଅଂଚଳରେ ଏବେ ବି ସ୍ଥିତି ସଂଗୀନ ରହିିଛି । ମୋଟୁ ତହସିଲ ଅନ୍ତର୍ଗତ ଆଲମା, ପେଟା ବିନାୟକପୁର, ମୁରଳିଗୁଡା,ବାରିବଂଛା ଗାଁରେ ବାହ୍ୟଜଗତରୁ ବିଚ୍ଚିନ୍ନ ହୋଇଯାଇଛି ।

ତେବେ ମୋଟୁ ମୁଗି ପଏଂଟ, ପୁରୁଣା ମୋଟୁ ଗାଁରେ ପରିସ୍ଥିତି ଏବେ ଚିନ୍ତାଜନକ ରହିଛି । ଜିଲ୍ଳାପାଳ ମନୀଷ ଅଗ୍ରୱାଲ ମୋଟୁ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ  ବିଡିଓ, ତହସିଲଦାରଙ୍କଚ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।