କନକ ବ୍ୟୁରୋ : ଚିଲିକାରେ ଯାତ୍ରୀ ଡଙ୍ଗା ନିଖୋଜ । ଡଙ୍ଗାରେ ଯାତ୍ରୀ ଥିବା ବେଳେ ତାହା ଚିଲିକା ମଝିରେ ନିଖୋଜ ହୋଇଥିବା ନେଇ ସୂଚନା ମିଳୁଛି । ଡଙ୍ଗାରେ ବସି ଡଲଫିନ୍ ଦେଖିବାକୁ ଯାଇଥିଲେ ୫ ଯାତ୍ରୀ । କିନ୍ତୁ ମଝି ଚିଲିକାରେ ଡଙ୍ଗା ନିଖୋଜ ହୋଇଯାଇଥିଲା । ଡଙ୍ଗାକୁ ଠାବ କରିବାକୁ ପ୍ରୟାସ ଜାରି ରହିଛି ।
ସାତପଡା ଠାରୁ ଏକ ମୋଟରବୋଟ ଡଙ୍ଗା ଜରିଆରେ ଚିଲିକା ମୁହାଣକୁ ଯାଇଥିଲେ ଯାତ୍ରୀ । ମୁହାଣ ଥିବାରୁ ସେଠାରେ ଡଲଫିନଙ୍କୁ ଦେଖିବାକୁ ଯାଇଥିଲେ । ତେବେ ଲହଡି ମାଡରେ ଡଙ୍ଗାଟି ଚିଲିକାର ମଗରମୁଖ ମୁହାଣରେ ଓଲଟି ପଡିଥିବା ନେଇ ସୂଚନା ମିଳିଛି । ଡଙ୍ଗାରେ ଥିବା ପର୍ଯ୍ୟଟକଙ୍କର କୌଣସି ପତ୍ତା ମିଳୁନାହିଁ । ତେବେ ଅନ୍ୟ ଡଙ୍ଗା ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/boat.jpg)