କାଳବୈଶାଖୀ ପବନରେ ଚିଲିକାରେ ବୁଡ଼ିଗଲା ଡଙ୍ଗା । ୧୦ ଉଦ୍ଧାର, ଡଙ୍ଗା ଚାଳକ ନିଖୋଜ ସୂଚନା ।

377

କନକ ବ୍ୟୁରୋ: ଚିଲିକାରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା । ଅପରାହ୍ନରେ କାଳିଜାଇ ଦର୍ଶନ ସାରି ୧୧ ଜଣ ପର୍ଯ୍ୟଟକ ଫେରୁଥିବା ବେଳେ ହଠାତ କାଳବୈଶାଖୀ ହୋଇଥିଲା । ଜୋରଦାର ପବନ ବହିଥିଲା । ହସଖୁସିରେ ଫେରୁଥିବା ପର୍ଯ୍ୟଟକ ଏପରି ବିପଦର ସମ୍ମୁଖୀନ ହେବେ ବୋଲି ଆଦୌ ଭାବିନଥିଲେ । ଚାହୁଁ ଚାହୁଁ କାଳବୈଶାଖୀ ପବନରେ ବୁଡ଼ିଗଲା ଡଙ୍ଗା । ଡଙ୍ଗାରେ ଥିବା ୧୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଜଣଙ୍କର ପତ୍ତା ମିଳିନଥିବା ସୂଚନା ମିଳିଛି । ଖବର ପାଇଁ ବାଲୁଗାଁ ପୁଲିସ ଓ ବାଣପୁର ପୁଲିସ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବରକୂଳରୁ ସ୍ପିଡ ବୋଟରେ ଯାଇ ଉଦ୍ଧାର କରିଥିଲେ । ଆହତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।