କନକ ବ୍ୟୁରୋ : ନୂଆ ବର୍ଷରେ ଅଘଟଣରୁ ଅଳ୍ପକେ ବର୍ତିଲେ ଲୋକେ । କୁମ୍ଭକ୍ଷେତ୍ର ବୁଲିବାକୁ ଯାଉଥିବା ବେଳେ ନୀଳଗିରି ବ୍ଲକ ସିଆଡିମାଳ ପଂଚାୟତ ବାବନ୍ଧ ଗାଁରେ ଏହି ଅଘଟଣ ଘଟିଛି । ଲୋକେ ବୁଗାଳି ନଦୀରେ ଭେଳାରେ କୁମ୍ଭକ୍ଷେତ୍ର ବୁଲିବାକୁ ଯାଉଥିବା ବେଳେ ଭେଳାଟି ଭାଙ୍ଗିଯାଇଥିଲା । ତେବେ ସମସ୍ତେ ଅଳ୍ପକେ ବଂଚିଯାଇଛନ୍ତି । ସ୍ଥାନୀୟ ଲୋକେ ପାଣିରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଛନ୍ତି । ଯାତ୍ରୀ ମାନେ ଭେଳାରେ ଯାଉଥିବା ବେଳେ କୌଣସି ଗାଇଡ ନଥିଲା କି ଲାଇଫ ଜ୍ୟାକେଟ ବି ନଥିଲା । ଅସୁରକ୍ଷିତ ଭାବେ ଯାତ୍ରା କରୁଥିବା ବେଳେ ଏହି ଘଟଣା ଘଟିଥିଲା ।