ମାଲକାନଗିରିରେ ଡଙ୍ଗା ବୁଡି ଜଣେ ଶିଶୁ ମୃତ, ୨ ନିଖୋଜ : ହାଟ ସାରି ଘରକୁ ଫେରିବାବେଳେ ସିଲେରୁ ନଦୀରେ ବୁଡିଗଲା ଦେଶୀ ଡଙ୍ଗା

ମାଲକାନଗିରିରେ ଡଙ୍ଗା ବୁଡି ଜଣେ ଶିଶୁ ମୃତ, ୨ ନିଖୋଜ : ହାଟ ସାରି ଘରକୁ ଫେରିବାବେଳେ ସିଲେରୁ ନଦୀରେ ବୁଡିଗଲା ଦେଶୀ ଡଙ୍ଗା

କନକ ବ୍ୟୁରୋ : ଗତକାଲି ଝଡତୋଫାନରେ ଡଙ୍ଗାରୁ ବୁଡି ଜଣେ ଶିଶୁ ମୃତ ଦୁଇ ଜଣ ନିଖୋଜ ଥିବା ଘଟଣା ସାମ୍ନାକୁ ଆସିଲା । ଘଟଣାଟି ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁରୁମାନ ପଂଚାୟତ ସିଲେରୁ ପାଖ ନଦୀର । ପାଙ୍ଗମପଡ ବଙ୍ଗଳା କ୍ୟାମ୍ପରୁ ବଚଳୁର ନିଜ ଗାଁ କୁ ଯାଉଥିବା ସମୟରେ ଘଟଣାଟି ଘଟିଛି ।

publive-image

ସୂଚନାଯୋଗ୍ୟ, ଗତକାଲି ଆନ୍ଧ୍ରପ୍ରଦେଶ ସିଲେରୁ ହାଟ ସାରି ଏକ ଦେଶୀ ଡଙ୍ଗାରେ ସତୀବାବୁ ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀ ପାର୍ବତୀ ଓ ନିଜ ଝିଅ ଏବଂ ଅନ୍ୟ ଦୁଇ ଜଣ ମହିଳାଙ୍କ ସହ ଫେରୁଥିବା ସମୟରେ ଝଡ ତୋଫାନ ଯୋଗୁଁ ଡଙ୍ଗା ଓଲଟି ଯିବା ଫଳରେ ଛୋଟ ଛୁଆର ପ୍ରାଣ ଗଲା ତା ସହ ଦୁଇ ଜଣ ମହିଳା ନିଖୋଜ ଥିବା ସୂଚନା ମିଳିଛି । ନିଖୋଜ ଥିବା ବ୍ୟକ୍ତି ମାନେ ହେଲେ ବୁଲମା ଓ କ୍ରୀଷ୍ଣା ବେଣୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe