ଗଙ୍ଗା ଦଶହରାରେ ବୁଡ ପକାଇବାକୁ ଯିବା ବେଳେ ଅଘଟଣ । ମଝୀ ନଦୀରେ ବୁଡିଗଲା ଡଙ୍ଗା,୬ ନିଖୋଜ

343

କନକ ବ୍ୟୁରୋ : ପବିତ୍ର ଗଙ୍ଗା ଦଶହରାରେ ପାଟନାରେ ଅଘଟଣ । ଗଙ୍ଗା ଦଶହରା ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ଦେବାକୁ ଗଙ୍ଗୀ ନଦୀକୂଳରେ ଭିଡ ଜମାଇଥିଲେ । ବୁଡ ଦେବାକୁ ଏ କୂଳରୁ ସେ କୂଳ ଯିବା ବେଳେ ଡଙ୍ଗା ବୁଡି ଅଘଟଣ ଘଟିଛି । ୧୭ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୀ ନଦୀରେ ଯିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିଛି  । ଡଙ୍ଗାରେ ଥିବା ୧୧ ଜଣ ଯାତ୍ରା କୌଣସି ମତେ ପହଁରି ପହଁରି କୂଳରେ ପହଂଚିଛନ୍ତି । ଅନ୍ୟ ୬ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳୁଛି । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ୨୫ରୁ ଅଧିକ ଯାତ୍ରୀ ଥିଲେ । ତେଣୁ କେତେ ଜଣ ନିଖୋଜ ଅଛନ୍ତି ସେ ସଂପର୍କରେ ସଠିକ ସୂଚନା ମିଳିପାରୁ ନାହିଁ । ଅଘଟଣର ଖବର ପରେ ବିହାର ସରକାରଙ୍କ ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି । ଏସଡିଆରଏଫ ଟିମ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପ କ୍ଷରୁ ଗଙ୍ଗାନଦୀରେ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଛି ।