ହାତୀକୁ ଉଦ୍ଧାର ବେଳେ ବଡ ଅଘଟଣ । ମହାନଦୀ ମଝିରେ ଓଲଟିଲା ଓଡ୍ରାଫ ବୋଟ, ଦୁର୍ଘଟଣାଗ୍ରସ୍ତ ବୋଟରେ ଥିଲେ ଗଣମାଧ୍ୟମ ପ୍ରତିନିଧି ।

297

କନକ ବ୍ୟୁରୋ :  ମୁଣ୍ଡଳୀ ବ୍ୟାରେଜ ତଳେ  ଫଶିଥିବା ହାତୀକୁ ଉଦ୍ଧାର ବେଳେ ବଡ ଅଘଟଣା । ନଦୀ ଭିତରୁ ହାତିକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଓଲଟିପଡିଲା ବୋଟ୍ । ହାତୀକୁ କୂଳକୁ ଘଉଡାଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଆସି ଭାରସାମ୍ୟ ହରାଇବା ସହ ଓଲଟି ପଡିଥିଲା ବୋଟ । ବୋଟରେ ଉଦ୍ଧାରକାରୀ ଦଳ ସହ ଓଟିଭି ଟିମ୍ ରହିଥିଲା । ତେବେ ଓଡ୍ରାଫ ବୋଟରେ ଥିବା ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ସେହିଭଳି ସମସ୍ତ ଯବାନଙ୍କୁ ମଧ୍ୟ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ନଦୀରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆଉ ଗୋଟିଏ ବୋଟ ଭିତରକୁ ଯାଇଛି ।

ଦୀର୍ଘ ୮ ଘଣ୍ଟା ଧରି ପାଣିରେ ଫସି ରହିଛି । ଜୀବନ ବଞ୍ଚାଇବାବ ସଂଘର୍ଷ କରୁଛି ହାତୀଟି । କୂଳର ଏପଟରୁ ସେପଟକୁ ଘୂରି ବୁଲୁଛି । ଦୀର୍ଘ ସମୟ ଧରି ପାଣି ରହିବା କାରଣରୁ ହାତୀ ଶୁଣ୍ଢ ଧଳାପଡିବା ଦେଖାଗଲାଣି । ତେବେ କୂଳ ନିକଟକୁ ଆସି ପୁଣି କାହିଁକି ଫେରିଗଲା ହାତୀ । ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବ୍ରିଜ ଉପରେ ଠିଆ ହୋଇଥିବା ଏତେ ସାରା ଲୋକଙ୍କୁ ଦେଖି ଡରିଯାଇଥିବା ଅନୁମାନ କରାଯାଉଛି ।

ନଦୀପାର ହେଉଥିବାବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିବା ଜଣାପଡିଛି । ତେବେ ଗୋଟିଏ ଶିଶୁ ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଲାଖି ରହି ବଞ୍ଚିବାକୁ ସଂଘର୍ଷ କରୁଛି । ଆଠଗଡ ରେଞ୍ଜରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୧୭ଟି ହତୀ ନଦୀପାର ହେଉଥିବାବେଳେ ସେମାନଙ୍କ ମଧ୍ୟରୁ  କେତେକ ହାତୀ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୬ଟି ହାତୀ  ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ଆନିକଟ ନିକଟରେ ଲାଗିଛନ୍ତି । ତେବେ ଗୋଟିଏ ଶିଶୁ ହାତୀ ବ୍ୟାରେଜ ନିକଟରେ ଫସି ରହିଛି । ଘଟଣାସ୍ଥଳରେ ବନବିଭାଗ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏକ ରସିରେ ଟାୟାର ବାନ୍ଧି ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି ।