କନକ ବ୍ୟୁରୋ : ମହାନଦୀରେ ଫଶିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ଼୍ରାଫ ବୋଟ ଓଲଟିଲା । ନଦୀର ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ଓଲଟି ପଟିଲା ବୋଟ । ଫଳରେ ବୋଟରେ ଥିବା ଉଦ୍ଧାରକାରୀ ଦଳ ଏବେ ନଦୀ ଭିତରେ ଫଶିରହିଛନ୍ତି । ବୋଟରେ ୫ରୁ ୭ ଜଣ ରହିଥିବା ସୂଚନା ରହିଛି । ମୁଣ୍ଡଳୀ ନିକଟରେ ଏଭଳି ଅଘଟଣ ହୋଇଛି । ବୋଟରେ ଥିବା ଉଦ୍ଧାରକାରୀ ଦଳ ଭିତରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ମାନେ ନଦୀ ଭିତରେ ଫଶି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।

Advertisment

ଦୀର୍ଘ ୮ ଘଣ୍ଟା ଧରି ପାଣିରେ ଫସି ରହିଛି । ଜୀବନ ବଞ୍ଚାଇବାବ ସଂଘର୍ଷ କରୁଛି ହାତୀଟି । କୂଳର ଏପଟରୁ ସେପଟକୁ ଘୂରି ବୁଲୁଛି । ଦୀର୍ଘ ସମୟ ଧରି ପାଣି ରହିବା କାରଣରୁ ହାତୀ ଶୁଣ୍ଢ ଧଳାପଡିବା ଦେଖାଗଲାଣି । ତେବେ କୂଳ ନିକଟକୁ ଆସି ପୁଣି କାହିଁକି ଫେରିଗଲା ହାତୀ । ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବ୍ରିଜ ଉପରେ ଠିଆ ହୋଇଥିବା ଏତେ ସାରା ଲୋକଙ୍କୁ ଦେଖି ଡରିଯାଇଥିବା ଅନୁମାନ କରାଯାଉଛି ।

ନଦୀପାର ହେଉଥିବାବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିବା ଜଣାପଡିଛି । ତେବେ ଗୋଟିଏ ଶିଶୁ ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଲାଖି ରହି ବଞ୍ଚିବାକୁ ସଂଘର୍ଷ କରୁଛି । ଆଠଗଡ ରେଞ୍ଜରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୧୭ଟି ହତୀ ନଦୀପାର ହେଉଥିବାବେଳେ ସେମାନଙ୍କ ମଧ୍ୟରୁ  କେତେକ ହାତୀ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୬ଟି ହାତୀ  ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ଆନିକଟ ନିକଟରେ ଲାଗିଛନ୍ତି । ତେବେ ଗୋଟିଏ ଶିଶୁ ହାତୀ ବ୍ୟାରେଜ ନିକଟରେ ଫସି ରହିଛି । ଘଟଣାସ୍ଥଳରେ ବନବିଭାଗ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏକ ରସିରେ ଟାୟାର ବାନ୍ଧି ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି ।