କନକ ବ୍ୟୁରୋ : ମାଛ ଧରିବାକୁ ଯାଇଥିବା ବେଳେ ବୁଡିଲା ଡଙ୍ଗା । ବାଲିମେଳା ଜଳଭଣ୍ଡାରେ ଡଙ୍ଗା ଓଲଟି ଜଣେ ନିଖୋଜ ହୋଇଯାଇଥିବା ବେଳେ ୨ ଜଣ ଉଦ୍ଧାର ହୋଇଛନ୍ତି । ମାଛ ମାରିବାକୁ ଏହି ତିନି ଜଣ ଡ୍ୟାମ ଭିତରକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାରେ ଥିବା ତିନିଜଣ ପାଣିରେ ବୁଡି ଯାଇଥିଲେ ।

Advertisment

ହେଲେ ୨ଜଣ ପହଁରି ପହଁରି କୂଳକୁ ଫେରିଆସିଥିବା ବେଳେ ଅନ୍ୟ ଜଣେ ଏବେ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି କୃପା ବେନିଆ । ନିଖୋଜ ଖବର ପାଇ ଚିତ୍ରକୋଣ୍ଡା ଅଗ୍ନିଶମ ବିଭାଗ ପହଂଚି ଗ୍ରାମବାସୀଙ୍କୁ ନେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।