କନକ ବ୍ୟୁରୋ: ଭାରସାମ୍ୟ ହରାଇ ମଝି ଚିଲିକାରେ ବୁଡିଗଲା ଡଙ୍ଗା । କାଳିଜାଇ ପୀଠରୁ ବଡକୂଳ ଫେରୁଥିବା ବେଳେ ଡଙ୍ଗା ବୁଡିଗଲା । ଡଙ୍ଗା ବୁଡି ୧୮ ନିଖୋଜ ଥିବା ସୂଚନା । ଚିଲିକା ମଝିରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି ।
ତେବେ ୩ଟି ଡଙ୍ଗାରେ କାଳିଜାଇକୁ ଭୋଜି କରିବାକୁ ପ୍ରାୟ ୪୦ ଜଣ ଲୋକ ଯାଇଥିଲେ । ବଡକୂଳ, ଆଙ୍କୁଲା ଗାଁରୁ ପାଖାପାଖି ୪୦ ଜଣ ଭୋଜି ସାରି ଫେରୁଥିଲେ । ଚିଲିକାରୁ ଫେରିବା ବେଳେ କୂଳରୁ ପ୍ରାୟ ୧୨ କି.ମି ଦୂରରେ ଡଙ୍ଗା ଓଲଟି ବଡଧରଣର ଅଘଟଣ ହୋଇଛି ।
ତେବେ ନିଖୋଜଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି । ଅନ୍ଧାର ଏବଂ ଝିପଝିପ ବର୍ଷା ସହ ପବନ ହେଉଥିବାରୁ ଉଦ୍ଧାର କାମରେ ବାଧାସୃଷ୍ଟି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/7.jpg)