କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଶୁକ୍ରବାର ଅଘଟଣ ଘଟିଛି। ଏଠାରେ ଏକ ଦେଶୀଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ହୁମର ଗ୍ରାମର ପୁଷ୍ପା ବେହେରା (୩୪)। ନଣନ୍ଦ ବନି ବେହେରାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ମୁତାବକ ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମର ପୁଷ୍ପା ବେହେରା ନିଜର ସମ୍ପର୍କୀୟ ନଣନ୍ଦ ବନି ବେହେରାଙ୍କ ସହ ତାମ୍ପରା ହ୍ରଦ ଆର ପଟେ ଥିବା ବଣକୁ ଏକ ଡ଼ଙ୍ଗା ଯୋଗେ ଜାଣେଣି କାଠ ଆଣିବାକୁ ଯାଇଥିବା ବେଳେ ଡ଼ଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ଉଭୟ ଭାଉଜ ଓ ନଣନ୍ଦ ପାଣିରେ ବୁଡ଼ି ଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କର ଦ୍ବାରା ନଣନ୍ଦ ବନି ବେହେରା ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ଭାଉଜ ପୁଷ୍ପା ବେହେରା ପାଣିରେ ବୁଡ଼ି ଯାଇଥିଲେ।
ଘଟଣାର ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗ କର୍ମଚାରୀମାନେ ପହଞ୍ଚି ହ୍ରଦ ଭିତରେ ଖୋଜାଖୋଜି କରିବା ପରେ ପୁଷ୍ପାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ମୃତଦେହ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଛି।
Follow Us