ଆସାମରେ ବଡ ଅଘଟଣ । ମଝି ନଈରେ ଓଲଟି ପଡିଲା ଡଙ୍ଗା, ବୁଡିଗଲେ ୭୦ରୁ ୮୦ ଯାତ୍ରୀ । ପହଁରି ପହଁରି କିଛି ଯାତ୍ରୀ କୂଳରେ ପହଞ୍ଚିଥିବା ବେଳେ ଏଯାଏଁ ଅନେକ ଯାତ୍ରୀ ନିଖୋଜ ଅଛନ୍ତି ।

Advertisment
ଆସାମରେ ବଡ ଅଘଟଣ । ମଝି ନଈରେ ଓଲଟି ପଡିଲା ଡଙ୍ଗା, ବୁଡିଗଲେ ୭୦ରୁ ୮୦ ଯାତ୍ରୀ । ପହଁରି ପହଁରି କିଛି ଯାତ୍ରୀ କୂଳରେ ପହଞ୍ଚିଥିବା ବେଳେ ଏଯାଏଁ ଅନେକ ଯାତ୍ରୀ ନିଖୋଜ ଅଛନ୍ତି ।

ଆସାମରେ ବଡ ଅଘଟଣ । ଆଜି ଅପରାହ୍ଣରେ ଆସାମରେ ୮୦ ଜଣ ଯାତ୍ରୀଙ୍କୁ ଧରି ନଦୀ ପାର କରୁଥିବା ବେଳେ ଏକ ଯାତ୍ରୀବାହୀ ଡଙ୍ଗା ମଝି ନଈରେ ବୁଡ଼ିଯିବା ଫଳରେ ବହୁ ଯାତ୍ରୀ ନିଖୋଜ ହୋଇ ଯାଇଛନ୍ତି। ଏଭଳି ଏକ ବଡ ଦୁର୍ଘଟଣା ଘଟିଛି ଆସାମର ସୋନିତପୁର ଜିଲ୍ଲାରେ। ୮୦ ଜଣ ଯାତ୍ରୀଙ୍କୁ ଧରି ଭରା ନଦୀ ପାର କରୁଥିବା ବେଳେ ଏକ ଯାତ୍ରୀବାହୀ ଡଙ୍ଗା ମଝି ନଈରେ ବୁଡ଼ଯାଇଛି। ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ଥିବା କିଛି ଯାତ୍ରୀ ପହଁରି ପହଁରି କୂଳକୁ ଚାଲି ଆସିବାରେ ସମର୍ଥ ହୋଇଥିବା ବେଳେ ଆହୁରି ଅନେକ ଯାତ୍ରୀ ନିଖୋଜ ଅଛନ୍ତି।

ଡଙ୍ଗାରେ କିଛି ଯାତ୍ରୀ ମୋଟର ସାଇକେଲ ସହ ଥିବା ବେଳେ ଏହା ନଦୀ ମଝିରେ ବୁଡିଯାଇଥିଲା । ଲୋକମାନେ ନଦୀ ଆରପଟେ ଥିବା ବଜାରକୁ ଯାଉଥିବା ବେଳେ ଏଭଳି ଅଘଟଣ ହୋଇଛି । ଉଦ୍ଧାରକାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଏନଡିଆରଏଫ ଓ ଦମକଳ ବାହିନୀ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ସହଯୋଗର ହାତ ବଢାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe