ବିଘ୍ନେଷଙ୍କ ବିସର୍ଜନ ବେଳେ ବୁଡିଗଲା ଡ଼ଙ୍ଗା ! ଗଭୀର ପାଣିରେ ବୁଡିଗଲେ ୧୧ ଭକ୍ତ , ମୋବାଇଲ୍ ରେ ଉତ୍ତୋଳନ ହେଲା ମୃତ୍ୟୁର ଭିଡିଓ

800

ଅନେକ ଦିନ ଧରି ପୂଜା ମଣ୍ଡପରେ ବସି ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଉଥିବା ପ୍ରଥମ ପୂଜ୍ୟ ଶ୍ରୀ ଗଣେଷଙ୍କ ବିସର୍ଜନ ହୋଇସାରିଛି । ଜାକଜକମରେ ବାଜା ରୋଶଣୀର ସହ ମେଲାଣୀ ନେଇଛନ୍ତି ଗଣପତି । କିନ୍ତୁ ବିଘ୍ନେଷଙ୍କ ବିସର୍ଜନ ଯେ ୧୧ ଟି ଜୀବନ ପାଇଁ କାଳ ସାଜିଯିବ ତାହା କେହି କଳନା କରିନଥିଲେ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗା ବୁଡ଼ି ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଆଉ ପାଞ୍ଚ ଜଣ ନିଖୋଜ ଅଛନ୍ତି । ଭୋପାଳରର ଖାଟଲାପୁର ଘାଟରେ ଘଟିଛି ଏହି ଅଘଟଣ। ଶ୍ରୀଗଣେଷଙ୍କ ବିସର୍ଜନରେ ୧୧ ଜଣ ଭକ୍ତଙ୍କ ମଧ୍ୟ ବିସର୍ଜନ ହୋଇଯାଇଛି ଯାହାର ଲାଇଭ୍ ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଯାଇଛି ।

ଦେଖନ୍ତୁ ଏହି ଛାତିଥରା ଦୃଶ୍ୟକୁ :

ସୂଚନା ଅନୁସାରେ ଭୋପାଳର ଖାଟଲାପୁର ଘାଟକୁ ଏକ ପୂଜା କମିଟି ପକ୍ଷରୁ ଭଗବାନ ଗଣେଶଙ୍କ ପୂଜା ପରେ ବିରାଟ ଶୋଭାଯାତ୍ରାରେ ମୂର୍ତ୍ତି ବିସର୍ଜନ ପାଇଁ ନିଆଯାଇଥିଲା । ପୂଜା କମିଟିର ବହୁ ସଦସ୍ୟ ଡଙ୍ଗାରେ ବସି ବିସର୍ଜନ ପାଇଁ ହ୍ରଦ ଭିତରକୁ ଯାଇଥିଲେ । ଡଙ୍ଗାଟି ଛୋଟ ହୋଇଥିବା ବେଳେ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା । ଦୁର୍ଭାଗ୍ୟବଶତଃ ଯେଉଁମାନେ ମୁର୍ତ୍ତି ତଳେ ରହିଯାଇଥିଲେ ସେମାନେ ବାହାରି ପାରିନଥିଲେ ଓ ମୃତ୍ୟୁ ମୁଖରେ ପଡ଼ିଥିଲେ । ଏବେ ପର‌୍ୟ୍ୟନ୍ତ ୧୧ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ଖାଟଲାପୁର ଘାଟ ପାଖରେ ପ୍ରାତଃ ସାଢ଼େ ୪ଟାରେ ଏହି ଘଟଣା ଘଟିଛି । ଡଙ୍ଗାବୁଡ଼ିବା ନେଇ ସୂଚନା ପାଇ ମଧ୍ୟପ୍ରଦେଶ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଜାରି ରଖିଛି । ରାଜ୍ୟର ଲୋକସଂପର୍କ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କର ପରିବାରକୁ ୪-୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।