କନକ ବ୍ୟୁରୋ: ମହାରାଷ୍ଟ୍ରର ଅମରାବତୀରେ ଭୟଙ୍କର ଡଙ୍ଗା ଦୁର୍ଘଟଣା । ଏଥିରେ ଏଯାଏଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୮ ଜଣ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି । ହେଲେ ନିଖୋଜ ବ୍ୟକ୍ତିଙ୍କ ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ ।
ଏହି ଦୁର୍ଘଟଣା ମହାରାଷ୍ଟ୍ରର ଅମରାବତୀରେ ଥିବା ବର୍ଧା ନଦୀରେ ଘଟିଛି । ସକାଳ ୧୦ଟା ସମୟରେ ଏହି ଅଘଟଣ ଘଟିଛି । କିଛି ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଭାରସାମ୍ୟ ହରାଇ ନଦୀରେ ବୁଡି ଯାଇଥିଲା । ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।
ଗତ ସପ୍ତାହରେ ଆସାମରେ ମଧ୍ୟ ଏକ ଡଙ୍ଗା ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ୮୦ ଲୋକ ଥିଲେ । ଦୁଇଟି ଡଙ୍ଗା ମୁହାଁମୁହିଁ ଦୁର୍ଘଟଣା ଫଳରେ ଏହି ଅଘଟଣ ଘଟିଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।