ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ପ୍ରତିକ୍ରିୟା ରଖିଲେ ବୋର୍ଡ ସଭାପତି । କହିଲେ, ଅଭିଯୋଗ ଭିତ୍ତିହୀନ

7,753

କନକ ବ୍ୟୁରୋ: ଭାଇରାଲ ହେଉଛି ଓଟିଇଟି ପ୍ରଶ୍ନପତ୍ର । ଆସନ୍ତକାଲି ପରୀକ୍ଷା, ଆଜି ଭାଇରାଲ ହେଉଛି ହାତଲେଖା ଓଟିଇଟି ପ୍ରଶ୍ନପତ୍ର । ସୋସିଆଲ ମିଡିଆରେ ଭାଇରାଲ ପ୍ରଶ୍ନପତ୍ର ଶିକ୍ଷକ ନିଯୁକ୍ତି ପାଇଁ ଥିବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ବୋଲି କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଓଟିଇଟି ପରୀକ୍ଷାରେ ଏହି ସବୁ ପ୍ରଶ୍ନପତ୍ର ପଡିବ ବୋଲି କହି ହଜାର ହଜାର ଟଙ୍କାରେ ଏହି ପ୍ରଶ୍ନପତ୍ର ବିକ୍ରି କରାଯାଉଛି । ଯାହା ସୋସିଆଲ ମିଡିଆରେ ଏହା ଏବେ ଘୁରିବୁଲୁଛି ।

ଓଟିଇଟି ପେପର-୧ ୨୦୨୩ର ଲେଖାଥିବା ସାତ ପୃଷ୍ଠାର ପ୍ରଶ୍ନପତ୍ର ଏବେ ହ୍ୱାଟସପକୁ ହ୍ୱାଟସପ୍ ଘୁରି ବୁଲୁଛି । ତେବେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ମାଧ୍ୟମିକ ବୋର୍ଡ ସଭାପତି ରାମସିଶ ହାଜରା । ଅଯଥା ଗୁଜବ ପ୍ରଚାର କରାଯାଉଛି । ଏସବୁ ପ୍ରତି ପରୀକ୍ଷାର୍ଥୀ ଦୃଷ୍ଟି ନଦେବାକୁ ସେ ପରାମର୍ଶ ଦେଇଛନ୍ତି ।