ବଦଳିଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ: ଅଫିସର ଉଇଦାଉଟ୍ ଡ୍ୟୁଟି ଭାବେ ଯୋଜନା ଓ ସଂଯୋଜନ ବିଭାଗକୁ ଗଲେ ବିଶ୍ବନାଥ ପ୍ରଧାନ

Advertisment
ବଦଳିଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ: ଅଫିସର ଉଇଦାଉଟ୍ ଡ୍ୟୁଟି ଭାବେ ଯୋଜନା ଓ ସଂଯୋଜନ ବିଭାଗକୁ ଗଲେ ବିଶ୍ବନାଥ ପ୍ରଧାନ

କନକ ବ୍ୟୁରୋ: ମହତ୍ମା ଗାନ୍ଧୀଙ୍କ ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରକାଶିତ ସୂଚନା ପୁସ୍ତିକାରେ ତ୍ରୁଟିକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିଲେ। ଏପରି ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଗତକାଲି ଗୃହରେ ବିଭାଗୀୟ ମନ୍ତ୍ରୀ ବିବୃତି ରଖିଥିଲେ।

ସେହି ଅନୁଯାୟୀ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପଦରେ ଥିବା ବରିଷ୍ଠ ଓଏଏସ ଅଧିକାରୀ ବିଶ୍ବନାଥ ପ୍ରଧାନଙ୍କୁ ଅଫିସର ଉଇଦାଉଟ୍ ଡ୍ୟୁଟି ଭାବେ ଯୋଜନା ଓ ସଂଯୋଜନ ବିଭାଗକୁ ବଦଳି କରାଯାଇଛି। ଏ ନେଇ ବିଧିବଦ୍ଧ ଭାବେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ନୂଆପଡ଼ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବରିଷ୍ଠ ଓଏଏସ ଅଧିକାରୀ ବୃଷଭ ଚନ୍ଦ୍ର ନାୟକଙ୍କୁ ବଦଳି କରାଯାଇ କଟକ ସ୍ଥିତ ବୋର୍ଡ଼ ଅଫ୍ ରେଭିନ୍ୟୁରେ ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

ସେହିପରି ଗଞ୍ଜାମ-କୋରାପୁଟ ଜିଲ୍ଲା ପାଇଁ ବନ୍ଦୋବସ୍ତ ଅତିରିକ୍ତ କମିସନର ଥିବା ଓଏଏସ ଅଧିକାରୀ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ବନ୍ଦୋବସ୍ତ ଅଧିକାରୀ ଭାବେ ବଦଳି କରାଯାଇଛି। କଟକ ସଦର ମଣ୍ଡଳ ଉନ୍ନୟନ ଅଧିକାରୀ ଥିବା ଓଏଏସ ଅଧିକାରୀ ଦେବାଶିଷ ପଟ୍ଟନାୟକଙ୍କୁ କୃଷି ଓ କୃଷକ ସଶକ୍ତୀକରଣ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ମିଳିଛି। ସେହିପରି କଟକ ଜିଲ୍ଲା ମାହାଙ୍ଗା ବିଡିଓ ଥିବା ଓଏଏସ୍ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ ମନ୍ତ୍ରୀଙ୍କ ଓଏସଡି ଭାବେ ବଦଳି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe