କନକ ବ୍ୟୁରୋ : ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କ ପାଇଁ ବଡ ଖବର । ଶିକ୍ଷାମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି ଏବେ ବୋର୍ଡ ପରୀକ୍ଷା ବର୍ଷକୁ ୨ଥର ଅନୁଷ୍ଠିତ ହେବ । ଏହାସହ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ୨ଟି ଭାଷାରେ ପାଠ ପଢିବାକୁ ବାଧ୍ୟ । କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ତରଫରୁ ବୁଧବାର ଦିନ ନୂଆ ଶିକ୍ଷା ନୀତି ଅନୁରୂପ ଶିକ୍ଷା ପ୍ରଣାଳୀରେ ବଡ ପରିବର୍ତନ ଘୋଷଣା କରିବି କହିଛନ୍ତି କି, ୨୦୨୪ ଶିକ୍ଷାବର୍ଷ ପାଇଁ ପାଠ୍ୟ ପୁସ୍ତକର ବିକଶିତ କରାଯିବ । ଏନେଇ ଶିକ୍ଷାମନ୍ତ୍ରଣାଳୟ ତରଫରୁ ନୂଆ ଶିକ୍ଷା ଢାଞ୍ଚା ଘେଶଷଣା କରାଯାଇଛି । ଏହି ନୂଆ ଶିକ୍ଷା ଢାଞ୍ଚା ମୁତାବକ ଏବେ ବର୍ଷକୁ ୨ଥର ବୋର୍ଡ ପରୀକ୍ଷା ହେବ । ଏହାସହ ବୋର୍ଡ ପରୀକ୍ଷାରେ ମାସ ମାସର କୋଚିଂ ଏବଂ ରୋଟ୍ ବଦଳରେ ଛାତ୍ରଛାତ୍ରୀଙ୍କ ବୁଝାମଣା ଏବଂ ଦକ୍ଷତା ସ୍ତର ମୂଲ୍ୟାଙ୍କନ କରାଯିବ ।

Advertisment

ସେପଟେ ଶିକ୍ଷାମନ୍ତ୍ରଣାଳୟର ନୂଆ ପାଠ୍ୟକ୍ରମ ମୁତାବକ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବିଷୟ ଚୟନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ଛାତ୍ର ଛାତ୍ରୀମାନଙ୍କୁ ସେମାନଙ୍କ ପସନ୍ଦର ବିଷୟ ଚୟନ କରିବାକୁ ସ୍ୱାଧୀନତା ମିଳିବ । ଶିକ୍ଷା ମନ୍ତ୍ରଣାଳୟର ନୂତନ ପାଠ୍ୟକ୍ରମ ଢାଞ୍ଚା ମୁତାବକ ବିଦ୍ୟାଳୟ ବୋର୍ଡଗୁଡିକ ଠିକ୍ ସମୟରେ ‘ଚାହିଦା ମୁତାବକ’ ପରୀକ୍ଷା କରାଇବାର କ୍ଷମତା ବିକଶିତ କରିପାରିବେ ।

ନୂଆ ଶିକ୍ଷାନୀତି ମୁତାବକ ନୂଆ ପାଠ୍ୟକ୍ରମର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ୨୦୨୪ ଶିକ୍ଷାବର୍ଷ ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ ବୋଲି ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଶିକ୍ଷାମନ୍ତ୍ରଣାଳୟର ନୂଆ ନିୟମ ମୁତାବକ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ୨ଟି ଭାଷାରେ ପଢିବାକୁ ପଡିବ । ସେଥିମଧ୍ୟରୁ ଅତି କମରେ ଗୋଟିଏ ଭାରତୀୟ ଭାଷା ହେବା ଦରକାର ।