ନେତା ଲଢ଼ିବେ ନିର୍ବାଚନ, ପିଲା ଦେବେ ପରୀକ୍ଷା! ବିଜେପୁର ଉପ-ନର୍ବାଚନ ପାଇଁ ମାଟ୍ରିକ୍ ପରୀକ୍ଷାର ସୂଚୀରେ ହେବନି କୌଣସି ପରିବର୍ତନ
କନକ ବ୍ୟୁରୋ : ଫେବୃଆରୀ ୨୩ରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ବିଜେପୁର ଉପନିର୍ବାଚନ ୨୪ ତାରିଖରେ ହେବ । ଏହାକୁ ନେଇ ପରୀକ୍ଷାରେ ପରିବର୍ତନ ହେବା ସମ୍ଭାବନା ନେଇ ଚର୍ଚା ଜୋର ଧରିଥିଲା । ଏପରି ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ବିଜେପୁର ଉପ ନିର୍ବାଚନ ପାଇଁ ପରୀକ୍ଷାରେ କୌଣସି ପରିବର୍ତନ ହେବ ନାହିଁ । ପରୀକ୍ଷା ସୂଚୀ ଅନୁସାରେ ମାଟ୍ରିକ ପରୀକ୍ଷା ହେବ ବୋଲି ସେ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ବିଜେପୁର ଅଂଚଳରେ କିପରି ପରିକ୍ଷା ପରିଚାଳନା ହେବ ସେନେଇ ବରଗଡ ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ । ୨୧ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୭ଟି କେନ୍ଦ୍ରରେ ନିର୍ବାଚନ ହେଉଛି । ତେଣୁ ସେହି ପରୀକ୍ଷା କେନ୍ଦ୍ର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ବାହାର ଜିଲ୍ଲାରୁ ଶିକ୍ଷକମାନେ ଆସି ନିର୍ବାଚନ ଦାୟିତ୍ୱରେ ରହିବେ । ଚଳିତ ବର୍ଷ ସାରା ରାଜ୍ୟରୁ ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ସେପଟେ ବିଜେପୁର ଉପନିର୍ବାଚନ ପାଇଁ ୨୪ତାରିଖରେ ମତଦାନ ହେବା ସହ ୨୮ ତାରିଖରେ ଭୋଟ ଗଣତି ହେବ ।