ପରୀକ୍ଷାରେ ଫେଲ ହେଲେ ବି ଆଗାମୀ ବର୍ଷ ପାଇଁ ଆପଣ ରେଗୁଲାର ଛାତ୍ର ଭାବେ ଦେଇପାରିବେ ପରୀକ୍ଷା । ସ୍ୱତନ୍ତ୍ର ଭାବେ କରିପାରିବେ କ୍ଲାସ

335

କନକ ବ୍ୟୁରୋ : ପରୀକ୍ଷାରେ ପାସ କରି ପାରି ନଥିବା ଛାତ୍ର ମାନଙ୍କ ପାଇଁ ଏବେ ଖୁସି ଖବର । ଫେଲ ହେଲେ ଅଧିକାଂଶ ପିଲା ଅଧାରୁୁ ପଢା ଛାଡି ଦେଉଥିଲେ । ଏସବୁକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରାଳୟ ଶିକ୍ଷା ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆଣିଛି । ଏଣିକି ଫେଲ ହୋଇଯାଇଥିବା ଛାତ୍ର ମାନଙ୍କୁ ନିୟମିତ ଛାତ୍ର ଭାବେ ଗଣା ଯିବା ସହ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କ୍ଲାସ କରିବାର ବ୍ୟବସ୍ଥା କରାଯିବ ।

ଯୋଜନା ଅନୁଯାୟୀ ନିୟମ ଲାଗୁ ହେଲେ ଏହା ଦେଶର ସବୁ ର୍ାଜ୍ୟ ପାଇଁ ଲାଗୁ ହେବ । ଦଶମ କିମ୍ବା ଦ୍ୱାଦଶରେ ଫେଲ ହୋଇଥିବା ଛାତ୍ର ମାନଙ୍କୁ ସାଧାରଣ ନିୟମିତ ଛାତ୍ର ପରି ସମସ୍ତ ପ୍ରକାରର ସୁବିିଧା ସୁଯୋଗ ମିଳିବ ।

ଏକ ରିପୋର୍ଟରୁ ଜଣା ପଡିଥିଲା କି ପ୍ରତି ବର୍ଷ ଦଶମ କିମ୍ବା ଦ୍ୱାଦଶରେ ଫେଲ ହୋଇ ପ୍ରାୟ ୪୬ ଲକ୍ଷ ପିଲା ଅଧାରୁ ପଢା ଛାଡି ଦେଇଥାନ୍ତି । ୨୦୨୨ରେ ପାଖା ପାଖି ୫୫ ପ୍ରତିଶତ ପିଲା ଫେଲ ହେବା ପରେ ପଢା ଛାଡି କୌଣସି ଅନ୍ୟ କୋର୍ସରେ ମଧ୍ୟ ନାମ ଲେଖାଇ ନଥିଲେ । ଏହା ଦ୍ୱାରା ଦେଶରେ ଶିିକ୍ଷିତ ଯୁବବର୍ଗର ଅଭାବ ଦେଖା ଦେଉଛି ।

ଯୋଜନାର ସବୁଠାରୁ ଭଲ କଥା ହେଉଛି କି ଯଦି ପ୍ରଥମ ଥର ଫେଲ ହୋଇଥିବା ପିଲାଟି ଦ୍ୱିତୀୟ ବର୍ଷ ପରୀକ୍ଷାରେ କୃତକାର୍ୟ୍ୟ ହେଉଛି ତେବେ ତା ପ୍ରମାଣ ପତ୍ରରେ ଫେଲ ବିଷୟରେ କିିଛି ଲେଖା ରହିବ ନାହିଁ । ଆଜି କାଲି ଅନେକ ପିଲା ଅଧାରୁ ପାଠ ପଢା ଛାଡୁଥିବାରୁ ଅନ୍ତତଃ ଦ୍ୱାଦଶ ଶ୍ରେଣୀ ଯାଏଁ କିପରିି ପିଲା ପାଠ ପଢା ନ ଛାଡନ୍ତି ଏ ନେଇ ସ୍ୱତନ୍ତ୍ର ଧ୍ୟାନ ରଖା ଯିିବ ।