ମାଟ୍ରିକ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ସୋସିଆଲ ମିଡ଼ିଆରେ ହେଲା ଭାଇରାଲ, ବୋର୍ଡ କହିଲା ପ୍ରଶ୍ନପତ୍ର ଭାଇରାଲ ନେଇ ଖବର ନାହିଁ ।

1,180

କନକ ବ୍ୟୁରୋ : ଇଂରାଜୀ ପରେ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଆଜି ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି ପ୍ରଶ୍ନପତ୍ର । ପ୍ରଶ୍ନ ସହ ଉତର ମଧ୍ୟ ରହିଛି । କେନ୍ଦୁଝରର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ଦେଖିବାକୁ ମିଳିଛି । ଆଜି ଗଣିତ ପରୀକ୍ଷାରେ ଏହି ସବୁ ପ୍ରଶ୍ନ ପଡିଛି କି ନାହିଁ ତାହା ପରୀକ୍ଷା ସରିବା ପରେ ଜଣାପଡ଼ିବ । ଇଂରାଜୀ ପରୀକ୍ଷା ବେଳେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଥିଲା । କେନ୍ଦୁଝରରୁ ହିଁ ଇଂରାଜୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଥିଲା । ହେଲେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଲିକକୁ ଖଣ୍ଡନ କରାଯାଇଥିଲା ।
ଅନ୍ୟପଟେ ଗଣିତ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ଉପ ସଭାପତି ନିହାର ମହାନ୍ତି । କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ବୋର୍ଡ ପାଖରେ କୌଣସି ଖବର ନାହିଁ । ପ୍ରଶ୍ନପତ୍ର ଭାଇରାଲ ହୋଇଛି ବୋଲି କେହି ବୋର୍ଡ ପାଖରେ ଅଭିଯୋଗ କରିନାହାନ୍ତି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।