ମାଟ୍ରିକ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ୫୦ ବଦଳରେ ୪୯ ପ୍ରଶ୍ନ: ତ୍ରୁଟି ମାନିଲେ ବୋର୍ଡ କର୍ତ୍ତୃପକ୍ଷ

427

କନକ ବ୍ୟୁରୋ: ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ମାନିଛନ୍ତି ବୋର୍ଡ କର୍ତୃପକ୍ଷ । ତେବେ ମୁଦ୍ରଣ ଜନିତ ତ୍ରୁଟି ପାଇଁ କୌଣସି ପରୀକ୍ଷାର୍ଥୀଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡିବ ନାହିଁ । ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଡକ୍ଟର ରାମାଶିଷ ହାଜରା ।

ଯେଉଁ ଯେଉଁ ପରୀକ୍ଷା କେନ୍ଦ୍ରରୁ ଅଭିଯୋଗ ଆସୁଛି, ତାହାର ଏକ ତାଲିକା ପ୍ରସ୍ତୁତ କରାଯାଉଛି । ମୂଲ୍ୟାୟନ ସମୟରେ ବିସେଟ ପ୍ରଶ୍ନପତ୍ରର ଉତ୍ତର ଦେଇଥିବା ଛାତ୍ରଙ୍କ ଉତରଖାତାକୁ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ପ୍ରଶ୍ନପତ୍ରରେ ବିଭ୍ରାଟ ଯୋଗୁଁ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ କିଭଳି ପ୍ରଭାବିତ ହେବ ନାହିଁ, ତା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ବୋର୍ଡ କର୍ତୃପକ୍ଷ । ଆଜି ମାଟ୍ରିକ ପରୀକ୍ଷାରେ ହୋଇଥିବା ଇତିହାସ ଓ ରାଜନୀତି ବିଜ୍ଞାନ ପରୀକ୍ଷାରେ ସେଟ ବି ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ବିଭିନ୍ନ ପରୀକ୍ଷା କେନ୍ଦ୍ରରୁ ଅଭିଯୋଗ ଆସିଛି । ସମାଜିକ ବିଜ୍ଞାନର ସେଟ ବି ପ୍ରଶ୍ନପତ୍ରରେ ୫୦ଟି ପ୍ରଶ୍ନ ବଦଳରେ ୪୯ଟି ପ୍ରଶ୍ନ ଥିବା କୁହାଯାଉଛି । କିଛି ପରୀକ୍ଷା କେନ୍ଦ୍ରରେ ସେଟ- ବିର ପ୍ରଶ୍ନପତ୍ରରେ ସେଟ-ଏ- ପ୍ରଶ୍ନ ପଡିଥିବା ମଧ୍ୟ ଅଭିଯୋଗ ହୋଇଛି ।