କନକ ବ୍ୟୁରୋ : ଚାଷୀର ନିଦ ହଜେଇ ଦେଇଛି ଜଙ୍ଗଲୀ ବାରହା । ପାଚିଲା ଧାନ କିଆରି ଅମଳ ବେଳେ ବାରହା ସାଧିଛି ଦାଉ । ଜଙ୍ଗଲୀ ବାରହା ଧାନ କ୍ଷେତ ନଷ୍ଟ କରିଦେଉଥିବା ବେଳେ ନିଜର ପରିଶ୍ରମର ଫଳ କୁ ଘରକୁ ଆଣିବା ପାଇଁ ଚାଷୀ ହେଉଛି ରାତି ଅନିଦ୍ରା ।

Advertisment

ଏଭଳି ଚିତ୍ର ଦେଖିବାକୁ ମିଳିଛି ଭିତରକନିକା ଅଞ୍ଚଳରେ । ଏଠାରେ ଚାଷୀମାନେ ହାତରେ ବାଡି ଓ ଟର୍ଚ୍ଚ ଧରି ସୁନାର ଫସଲକୁ ଜଗି ରହୁଛନ୍ତି । ଜଙ୍ଗଲୀ ବାରହା କବଳରୁ ବର୍ଷକର ଆହାର ରକ୍ଷା କରିବାକୁ ଧାନ ବିଲ ପାଖରେ ଟିଣ ବାଡାଉଛନ୍ତି । ଫସଲର ସୁରକ୍ଷା ପାଇଁ ରାତି ଅନିଦ୍ରା ହେଉଛନ୍ତି ଭିତରକନିକା ସୀମାରେ ଥିବା ଚାଷୀ । ଏକ ଫସଲି ହେଉଥିବା ଏହି ଅଂଚଳରେ ଧାର କରଜ କରି ଧାନ ଚାଷ କରିଥିଲେ । ଧାନ ବି ଭଲ ହୋଇଛି । ମାତ୍ର ଜଙ୍ଗଲୀ ବାରହା ଫସଲ କିଆରିରେ ପଶି ପାଚିଲା ଧାନ ଖାଇବା ସହ ଦଳିଚକଟି ପକାଉଥିବାରୁ ଚାଷୀଙ୍କ ଚିନ୍ତାରେ ପଡିଛନ୍ତି ।

ଜଙ୍ଗଲୀ ଯନ୍ତୁ ଫସଲ ନଷ୍ଟ କରିବା କଥାକୁ ସ୍ୱୀକାର କରିଛି ବନ ବିଭାଗ । ଜଙ୍ଗଲରେ ଖାଦ୍ୟ ଅଭାବ ହେବାରୁ ବାରହା ବାହାରକୁ ଆସି ଫସଲ ନଷ୍ଟ କରୁଛନ୍ତି । ଜଙ୍ଗଲି ପଶୁଙ୍କୁ ସୁରକ୍ଷା ଦେବା ବନ ବିଭାଗର ଦାୟିତ୍ୱ । ଏହାସହ ଚାଷୀଙ୍କ କ୍ଷତି ପୂରଣ ଦେବାକୁ ମଧ୍ୟ ଉଦ୍ୟମ କରାଯାଉଥିବା ଗହିରମଥା ରେଂଜ ଅଫିସର କହିଛନ୍ତି ।