କନକ ବ୍ୟୁରୋ: ବିଜନେସ୍ ନେଟୱାର୍କ ଇଣ୍ଟରନ୍ୟାସନାଲ(ବିଏନଆଇ) ଗ୍ରେଟର ଓଡିଶା ୨୦୨୩ ବର୍ଷ ପାଇଁ ତୃତୀୟ ପ୍ରାଦେଶିକ ଭାବେ ନିଜର ଉଲ୍ଲେଖନୀୟ ସଫଳତା ହାସ କରିପାରିଛି । ସର୍ବଭାରତୀୟ ବିଏନଆଇ ଗ୍ରୁପର ଏକ ଅଂଶ ଭାବରେ, ବିଏନଆଇ ଗ୍ରେଟର ଓଡିଶା ନେଟୱାର୍କିଂ ଏହାର ସ୍ଥିତିକୁ ମଜବୁତ କରିପାରିଛି ।

Advertisment

ମୋଟ ୩,୦୫,୯୮୪ ବିଶ୍ୱସ୍ତରୀୟ ସଦସ୍ୟତା ସହ ୭୭ଟି ଦଶରେ ୧୦ , ୯୪୬ ଶାଖା ଆରମ୍ଭ କରିପାରିଛି । ଏହାସହ ବିଏନଆଇ ୧୩,୦୧ ନିୟୁତ ରେଫରାଲକୁ ସୁଗମ କରିପାରିଛି । ଏହାସହ ବିଏନଆଇ ଗ୍ରୁପ୍ନିଜର ବ୍ୟବସାୟ କ୍ଷେତ୍ରର ଉଲ୍ଲେଖନୀୟ ସଫଳତା ହାସଲ କରିଛି । କେବଳ ଭାରତରେ ବିଏନଆଇ ୫୨୦୦୦ ସଦସ୍ୟଙ୍କୁ ନେଇ ୧୧୦୦ ଚାପ୍ଟର ସହ ଉଲ୍ଲେଖନୀୟ ପ୍ରଭାବ ପକାଇଛି । ଏହି ଚାପ୍ଟର ଗୁଡିକ ଦେଶର ୧୨୧ ଟି ସହରରେ ରହିଛି । କମ୍ପାନୀ ୧୨ ମାସରେ ଅବିଶ୍ୱନୀୟ ସଫଳତା ପାଇଛି । ୩୧,୯୩,୮୭୪ ରେଫରାଲ ପାସ୍ କରି ୩୦,୫୧୬ କୋଟି ମୂଲ୍ୟର ବ୍ୟବସାୟ କରିଛି ।

ବ୍ରହ୍ମପୁର ଚାପ୍ଟରରେ ସଭାପତି ଭାବେ ଏମଆର ଅଭିଷେକ କୋଟନି, ଉପସଭାପତି ଭାବେ ଶ୍ରୀନିବାସ ପୃଷ୍ଟି, ସେକ୍ଟର କୋଷାଧ୍ୟକ୍ଷ ଭାବେ ଶ୍ରୀ ରୁଜିତ ଏବଂ ଏଲଭିଏଚ ଭାବେ ଶ୍ରୀ ଋଷିକେଶ ଅଛନ୍ତି । ବିଏନଏ ଗ୍ରେଟର ଓଡିଶାର ସଫଳତା ପାଇଁ ଏହାର ସଦସ୍ୟଙ୍କ ଉତ୍ସର୍ଗୀକୃତ ନିଷ୍ଠା, କଠିନ ପରିଶ୍ରମ ଓ ବଳିଷ୍ଠ ଯୋଗଯୋଗ ମୂଳ ଆଧାର ବୋଲି କୁହାଯାଇଛି ।