କନକ ବ୍ୟୁରୋ : ମାସ୍କ ମୁକ୍ତ ହୋଇପାରେ ମହାରାଷ୍ଟ୍ର । ଏଥିପାଇଁ କଣ ପଦକ୍ଷେପ ନେବାକୁ ପଡିବ, ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଛନ୍ତି ମହାରାଷ୍ଟ୍ର ସରକାର । ଏନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ମହାରାଷ୍ଟ୍ରରେ ସଂକ୍ରମଣ କମୁଥିବାରୁ ସରକାର ମାସ୍କ ମୁକ୍ତ କରିବା ପାଇଁ ଚିନ୍ତା କରୁଛନ୍ତି । ୫୬ ଦିନ ପରେ ଗତକାଲି ମୁମ୍ବାଇରେ ଟେଷ୍ଟ ପଜିଟିଭିଟି ରେଟ୍ ୧ପ୍ରତିଶତକୁ ଖସିଛି । ଟୋପେ କହିଛନ୍ତି ବ୍ରିଟେନ୍ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମାସ୍କ ନପିନ୍ଧିବାକୁ ଅନୁମତି ଦେଲେଣି ।

Advertisment

ତେଣୁ ଏହା ମହାରାଷ୍ଟ୍ରରେ କେମିତି ସମ୍ଭବ ହୋଇପାରିବ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର କୋଭିଡ୍ ଟାକ୍ସ ଫୋର୍ସର ତଥ୍ୟ ଦେବାକୁ କହିଛନ୍ତି । ତେବେ ମହାରାଷ୍ଟ୍ର ଏକ ବଡ ରାଜ୍ୟ ହୋଇଥିବାରୁ ମାସ୍କ ପିନ୍ଧିବା ଆଉ କିଛି ଦିନ ରହିପାରେ । ଗୁରୁବାର ମହାରାଷ୍ଟ୍ରରେ ମାତ୍ର ୬ ହଜାର ୨ଶହ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ମୁମ୍ବାଇରେ ଲଗାତାର ଭାବେ ୪ଦିନ ହେଲା ୫ଶହ ତଳେ ସଂକ୍ରମିତ ଚିହ୍ନଟ ହେଉଛନ୍ତିି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୫୦ ତଳେ ରହିଛି । ସଂକ୍ରମଣ କମୁଥିବାରୁ କିଭଳି କଟକଣାକୁ କୋହଳ କରାଯାଇପାରିବ ସେ ନେଇ ଚିନ୍ତା କରୁଛନ୍ତି ଉଦ୍ଧବ ସରକାର ।