ବିରୋଧୀ ନୁହେଁ, ଦଳ ଭିତରୁ ବିରୋଧ : ବିରୋଧି ନୁହେଁ ଖୋଦ ବିଜେପିର ଶ୍ରମିକ ସଂଗଠନ ବିଏମଏସ୍ ଶ୍ରମ ଆଇନକୁ କଲା ବିରୋଧ । ଏନେଇ ବିଏମଏସ୍ ପକ୍ଷରୁ ବିଲକୁ ବିରୋଧ କରି ଅକ୍ଟୋବର ୨ ରୁ ୪ ଯାଏଁ କରିବ ସଭା ।

162

କନକ ବ୍ୟୁରୋ: କେନ୍ଦ୍ରସରକାରଙ୍କ ଶ୍ରମ ସଂଶୋଧନ ବିଲକୁ ନେଇ ସଂଘ ପରିବାର ଭିତରେ ମତଭେଦ ଆରମ୍ଭ ହୋଇଥିଲା । ଏବେ କିନ୍ତୁ ଏହି ବିଧେୟକକୁ ବିରୋଧ କରିଛି ସଂଘ ପରିବାର ସହ ଯୋଡି ହୋଇଥିବା ଭାରତୀୟ ମଜଦୁର ସଂଘ ବା ବିଏମଏସ୍ । ଲୋକସଭା ଦ୍ୱାରା ପାରିତ ୩ ଟି ଯାକ ଶ୍ରମ ସଂଶୋଧନ ଆଇନକୁ ବିରୋଧ କରିଛି ବିଏମଏସ । ଏନେଇ ବିଏମଏସର ସାଧାରଣ ସଂପାଦକ ପୱନ କୁମାର କହିଛନ୍ତି କି ଯେଭଳି ଭାବେ ସରକାର ୩ ଟି ଯାକ ଶ୍ରମ ଆଇନକୁ ପାରିତ କରିଛନ୍ତି ବିଏମଏସ ତାହାର ବିରୋଧ କରୁଛି । ସରକାର ଏହାକୁ ବିନା ବିଚାର ବିମର୍ଷରେ ପାରିତ କରିଛନ୍ତି  ଆମେ ତାକୁ ବିରୋଧ କରୁଛୁ । ସରକାର ଏହାକୁ ଏତେଶିଘ୍ର ପାରିତ କରିବା ଠିକ୍ ନୁହେଁ । ଦୀର୍ଘ ସମୟ ବିଚାର ବିମର୍ଷ, ଶାସକ ଓ ବିରୋଧୀ ସାଂସଦଙ୍କ ମତ ଲୋଡିବାର ଆବଶ୍ୟକ ଥିଲା । ଏହି ବିଲ ନେଇ ଆମେ ଯେଉଁ ଦାବି ଉଠାଇଥିଲୁ ସରକାର ତାହାକୁ ବିଲରେ ସ୍ଥାନିତ କରିନାହାନ୍ତି । ଶ୍ରମ କୋଡରେ ଥିବା ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷାକୁ ସାର୍ବଜନୀନ କରିବାକୁ ଆମେ ଦାବି କରିଥିବା ବେଳେ ସରକାର ଏହାକୁ ଗ୍ରହଣ କରିନାହାନ୍ତି ।

ତେବେ ସେ ପ୍ରଥମେ କହିଥିଲେ କି ଆମେ ସରକାରଙ୍କ ପାଖରେ ଦାବି କରିଥିଲୁ କି ଅଣବ୍ୟବସାୟିକ କ୍ଷେତ୍ରରେ ଯେଉଁ ସୁରକ୍ଷାର ପ୍ରାବଧାନ ରହିଛି ତାହାକୁ ସବୁକ୍ଷେତ୍ରରେ ଶ୍ରମିକ ମାନଙ୍କ ପାଇଁ ଲାଗୁ କରାଯାଉ । ହେଲେ ଏବେ ଯେଉଁ ଶ୍ରମିକ ସୁରକ୍ଷା ବିଲ୍ ପାରିତ ହୋଇଛି ସେଥିରେ କେବଳ କମ୍ପାନୀ ଅଧିନରେ କାମ କରୁଥିବା ଶ୍ରମିକଙ୍କ ପାଇଁ ତାହା ଲାଗୁ ହେବ । ହେଲେ ସମାନ କମ୍ପାନୀରେ ଠିକାଦାରଙ୍କ ଅଧିନରେ କାମ କରୁଥିବା ଶ୍ରମିକଙ୍କ କ୍ଷେତ୍ରରେ ତାହା ଲାଗୁ ହେବ ନାହିଁ ।

ସେ ଆହୁରି କହିଛନ୍ତି କି ଏଭଳ କାନୁନକୁ ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ଏକ ବଡ ବିରୋଧ ସରକାରଙ୍କ ସାମ୍ନାରେ ରଖାଯାଇଛି ।  ସେ ଦାବି କରିଛନ୍ତି କି ସାମାଜିକ ସୁରକ୍ଷା କୋଡ ବିଲରେ ଇଏସଆଇସି ଓ ଇପିଏଫଓ ଅର୍ଥାତ୍ ଭବିଷ୍ୟନିଧି ପାଣ୍ଠି ସହିତ ଜଡିତ ସମସ୍ତ ସୁବିଧା ଦେଶର ସବୁବର୍ଗର ଶ୍ରମିକଙ୍କୁ ମିଳିବାର ଆବଶ୍ୟକତା ରହିଛି । ସରକାର ଆମର ଏହି ଦାବିକୁ ବିଲ୍ ର ଯୋଡି ନାହାନ୍ତି । ଏନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ୨ ରୁ ୪ ଅକ୍ଟୋବର ୩ ଦିନ ବ୍ୟାପି ଭର୍ଚୁଆଲ କନଫେରେନ୍ସ ଆୟୋଜିତ ହେବ । ଯେଉଁଠି ୩ ହଜାର କର୍ମକର୍ତ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଆମେ ଏହି ବିଲକୁ ନେଇ ଆଗାମୀ ରଣନୀତି ପ୍ରସ୍ତତ କରିବୁ ବୋଲି ପୱନ କୁମାର କହିଛନ୍ତି ।