କନକ ବ୍ୟୁରୋ : ଭୁବନେଶ୍ୱରରେ ସମୂହ ସଫେଇ କାର୍ଯ୍ୟକ୍ରମରେ ରାସ୍ତା ଝାଡୁ ମାରିଲେ ମେୟର । ଡେଙ୍ଗୁକୁ ଦୃଷ୍ଟିରେ ରଖି ହେଲା ସଫେଇ । ଏପଟେ କ୍ୟାପିଟାଲ ଥାନାରେ ବି ହେଲା ମାସ୍ କ୍ଲିନିଂ । ୫୮ ନମ୍ବର ୱାର୍ଡ ଟଙ୍କପାଣି ରୋଡ଼ ଜଗନ୍ନାଥ ଆଶ୍ରମ ଅଂଚଳର ଉଭୟ ପଟ ରାସ୍ତାକୁ ସଫା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସହ ହେଲଥ କ୍ଲିନିଙ୍ଗ ଅଫିସର ଏବଂ କର୍ପୋରେଟରମାନେ ଉପସ୍ଥିତ ଥିଲେ ।

Advertisment

ତେବେ ଡେଙ୍ଗୁ ମୁକାବିଲା ପାଇଁ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି । ବିଭିନ୍ନ ସ୍ଥାନରେ ମାସ୍ କ୍ଲିନଙ୍ଗ ସହ ମଶା ଧୂଆଁ, ମଶା ତେଲର ମଧ୍ୟ ବ୍ୟବସ୍ଥା କରାଯାଇଛି । ହଟସ୍ପଟ ଅଞ୍ଚଳ ଉପରେ ଅଧିକ ଧ୍ୟାନ ଦିଆଯାଇଛି । ସପ୍ତାହରେ ୨ ଦିନ ଡ୍ରାଏ ଡେ ପାଳନ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ କ୍ୟାପିଟାଲ ଥାନା ପରିସର ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ମାସ୍ କ୍ଲିନିଂ ହୋଇଛି ।

ତେବେ ଭୁବନେଶ୍ୱର ସହର ହେଉଛି ରାଜଧାନୀବାସିଙ୍କର ତେଣୁ ସମସ୍ତଙ୍କର ଦାଇତ୍ୱ ରହିଛି କେମିତି ଆମ ସହରକୁ ଆମେ ସ୍ଵଛ ସୁନ୍ଦର ଓ ପରିଷ୍କାର ରଖିବା ବୋଲି କହିଛନ୍ତି ମେୟର । ସେହିଭଳି ଖୋଲା ଥିବା ଡ୍ରେନରେ ମଶା ତେଲ ପକେଇବା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ମଶା ଧୂଆଁ ନିୟମିତ ଭାବରେ ଦିଆଯାଉଛି । ୧୦ ରୁ ଉର୍ଦ୍ଧ୍ବ ଘରୋଇ ଗାଡି ନିୟୋଜିତ ହୋଇଛନ୍ତି ମଶା ଧୂଆଁ ପାଇଁ । ଘର ଭିତରେ ଯେଉଁ ସବୁ ସ୍ଥାନରେ ପାଣି ଜମିବାର ଆଶଙ୍କା ରହିଛି ସେହି ସବୁ ସ୍ଥାନ ରେ ସଫା କରିବାକୁ ସଚେତନ କରାଯାଉଛି ବୋଲି କହିଛନ୍ତି ବିଏମସି କମିଶନର ।