କନକ ବ୍ୟୁରୋ: ଦେଶକୁ ସ୍ୱଚ୍ଛ କରିବା ପାଇଁ ସର୍ବ ଭାରତୀୟ ସ୍ତରରେ ସ୍ୱଚ୍ଛତା ମିଶନ ଚାଲିଛି । ସ୍ୱଚ୍ଛ ଭାରତ ମିଶନରେ ସାମିଲ ହେଉଥିବା ସେଲିବ୍ରେଟି ଅନେକ ସମୟରେ କ୍ୟାମେରାକୁ ଦେଖି ସଫେଇର ଆଳ କରୁଥିବା ଅନେକ ସମୟରେ ନଜୀର ରହିଛି ।...ହେଲେ ରାସ୍ତାରେ ଅଳିଆ ଗୋଟାଉଥିବା ଏହି ବ୍ୟକ୍ତି ମିଡିଆ କ୍ୟାମେରାକୁ ଦେଖି ତାଙ୍କ କାମ ଜାରି ରଖିନାହାନ୍ତି ବରଂ ନିଜ କର୍ତ୍ତବ୍ୟକୁ ସଚ୍ଚୋଟତାର ପାଳନ କରୁଛନ୍ତି ।
ଢୁ ଢୁ ବର୍ଷା ହେଉଛି । ରାସ୍ତାରେ କାଁ ଭାଁ ଲୋକଯାଉଛନ୍ତି ତଥାପି ବର୍ଷାକୁ ଖାତିର୍ ନକରି ନିଜ କାମ କରୁଛନ୍ତି ବିଏମସିର ଏହି ସଫେଇ କର୍ମଚାରୀ । ଅନେକ ସମୟରେ ସହରରେ ରହୁଥିବା ଲୋକ ଘର ଆଗରେ ଅଳିଆ ଗଦା ହୋଇଗଲେ ବିଏମସିକୁ ଗାଳି କରନ୍ତି । ସଫେଇ କର୍ମଚାରୀଙ୍କୁ ଦୋଷ ଦିଅନ୍ତି । ପରଦିନ ଦେଖାହେଲେ ତାଗିଦ କରିବାକୁ ଭୁଲନ୍ତି ନାହିଁ । ହେଲେ ଏହି କର୍ମଚାରୀ ଜଣକ ନିଜ କର୍ତ୍ତବ୍ୟ ପ୍ରତି ଯେଉଁ ନିଷ୍ଠା ଦେଖାଇଛନ୍ତି, ତାହା ବିଏମସିର ସଫେଇ କର୍ମଚାରୀଙ୍କୁ ଗାଳିଦେଉଥିବା ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛି । ରାଜଭବନରୁ କ୍ୟାପିଟାଲ ହସ୍ପିଟାଲ ଯିବା ରାସ୍ତା ଉପରେ ଆଜି ଏଭଳିଏକ ଚିତ୍ର ଦେଖିବାକୁ ମିଳିଥିଲା ।
ପ୍ରବଳ ବର୍ଷାରେ ଭିଜି ରାସ୍ତା ଉପରେ ଗଦା ହୋଇଥିବା ମଇଳାକୁ ଗାଡିରେ ରଖି ଠେଲି ଠେଲି ନେଉଥିଲେ ସଫେଇ କର୍ମଚାରୀ ସୁନୀଲ ନାହକ । ତାଙ୍କୁ ଦେଖି ଆମ ପ୍ରତିନିଧିଙ୍କ ଗାଡି ଅଟକିଯାଇଥିଲା । ଆଉ ପଚାରିବାରୁ ପ୍ରତିକ୍ରିୟା ମିଳିଥିଲା ଯେ, ତାଙ୍କର ମାସିକ ଦରମା ହେଉଛି ୫ ହଜାର ୭୦୦ ଟଙ୍କା । ଅର୍ଥାତ ଦିନକୁ ହେଉଛି ୧୯୦ ଟଙ୍କା । ଆଉ ଦିନେ କାମ ନକରିଲେ ଛୁଟି ପଡିଯିବ ଏବଂ ତାଙ୍କୁ ଦରମା ମିଳିବନି । ଦରମା ନମିଳିଲେ ଘର ଚଳାଇବା କଷ୍ଟକର ହୋଇଯିବ ବୋଲି କହିଛନ୍ତି ସଫେଇ କର୍ମଚାରୀ ସୁନୀଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/BMC.jpg)
/kanak/media/post_attachments/wp-content/uploads/2019/09/BMC-Boy-300x212.png)
/kanak/media/post_attachments/wp-content/uploads/2019/09/BMC-Boy3-300x209.png)