ଗାଈ-ଗୋରୁଙ୍କୁ ରାସ୍ତାରେ ଛାଡ଼ିଲେ ଉଠାଇନେବ ବିଏମସି : ମାଲିକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

68

କନକ ବ୍ୟୁରୋ : ଗାଈ-ଗୋରୁଙ୍କୁ ରାସ୍ତାରେ ଛାଡ଼ିଲେ ଉଠାଇନେବ ବିଏମସି । ଏମିତି କି ରାସ୍ତା ଉପରକୁ ଗାଈ-ଗୋରୁ ଏବଂ ପୋଷା ଜୀବଙ୍କୁ ଛାଡ଼ୁଥିବା ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତବାନୀ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀ ଭୁବନେଶ୍ୱରରେ ଗୃହପାଳିତ ଜନ୍ତୁଙ୍କ ଯୋଗୁଁ ଦୁର୍ଘଟଣାର ସଂଖ୍ୟା ବଢ଼ୁଥିବା ବିଏମସି ପକ୍ଷରୁ କୁହାଯାଇଛି । ବିଶେଷ କରି ରାତି ସମୟରେ ଗାଈ-ଗୋରୁଙ୍କ ଯୋଗୁଁ ଦୁର୍ଘଟଣା ହେଉଛି ।

କେତେବେଳେ ଗୃହପାଳିତ ଜନ୍ତୁଙ୍କ ସହ ଗାଡ଼ି ଚାଳକ ଧକ୍କା ହେଉଥିବା ବେଳେ ଆଉ କେତେବେଳେ ଗୃହପାଳିତ ପଶୁଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣା ହେଉଛି । ସେହିପରି ଭୁବନେଶ୍ୱର ଲିଙ୍କରାଜ ମନ୍ଦିର ଭଳି ପର୍ଯ୍ୟଟନ କ୍ଷେତ୍ରରେ ଗୁଡ଼ିକରେ ବୁଲା ଗାଈ-ଗୋରୁଙ୍କ ଯୋଗୁଁ ଅନେକ ସମସ୍ୟା ହେଉଥିବା କୁହାଯାଇଛି । ଏଭଳି ସ୍ଥିତିରେ ମାଲିକମାନେ ସଚେତନ ନହେଲେ ଗାଈ ଗୋରୁଙ୍କୁ ଉଠାଇନେଇ ଜାମୁକୋଳି ଏବଂ ଜଟଣୀ ଅଙ୍ଗନୱାଡ଼ି କେନ୍ଦ୍ର କିମ୍ବା ପୁରୀ ଗୋବିନ୍ଦ ଗୋ ସେବାଶ୍ରମକୁ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।