ବିଏମସି ପକ୍ଷରୁ ଆରମ୍ଭ ହେଲା ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ । ବିଏମସିର ନର୍ଥ ଜୋନ ଗଜପତି ନଗର ଅଞ୍ଚଳରୁ ଆରମ୍ଭ ହେଲା ଅଭିଯାନ

128

କନକ ବ୍ୟୁରୋ : ବିଏମସି ପକ୍ଷରୁ ଆଜିଠାରୁ ଆରମ୍ଭ ହେଲା ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ । ବିଏମସିର ନର୍ଥ ଜୋନ ଗଜପତି ନଗର ଅଂଚଳରୁ ଆରମ୍ଭ ହେଲା ଏହି ଅଭିଯାନ । ପ୍ରତି ଶନିବାର ଘର ଘର ବୁଲି ଲୋକଙ୍କ ଠାରୁ ଇଲୋକ୍ଟ୍ରନିକ ଆବର୍ଜନା ଜିନିଷ ସଂଗ୍ରହ କରିବେ ସଫେଇବାଲା । ବିଏମସିର ସମସ୍ତ ୬୭ଟି ୱାର୍ଡରେ କାର୍ଯ୍ୟକାରୀ ହେବ ଏହି ଅଭିଯାନ ।

ଘରେ ଥିବା ଅବ୍ୟବହୃତ ଇଲେକ୍ଟ୍ରୋନିକ ସାମଗ୍ରୀକୁ ଏଣେତେଣେ ବାହାରେ ନଫୋପାଡିବାକୁ ଲୋକଙ୍କୁ ବିଏମସି ପକ୍ଷରୁ କରାଯାଇଛି ନିବେଦନ । ସଂଗ୍ରହ ପରେ ଇ କର୍ଣ୍ଣରରେ ରହିବ ଏହି ବର୍ଜ୍ୟ ପରବର୍ତୀ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଧାର୍ଯ୍ୟ କରିଥିବା ସଂସ୍ଥାକୁ ଦିଆଯିବ । ଏହି ବର୍ଜ୍ୟବସ୍ତୁ ପକ୍ଷରୁ ଏଗୁଡ଼ିକୁ ସଦୁପଯୋଗ କରାଯିବ ।