ରାଜଧାନୀରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା : ହୋମ୍ ଆଇସୋଲେସନ୍ ଓ ହୋମ କ୍ୱାରେନଟାଇନ ଡିସଚାର୍ଜ ସାର୍ଟିଫିକେଟ୍ ଦେବ ବିଏମସି

ରାଜଧାନୀରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା : ହୋମ୍ ଆଇସୋଲେସନ୍ ଓ ହୋମ କ୍ୱାରେନଟାଇନ ଡିସଚାର୍ଜ ସାର୍ଟିଫିକେଟ୍ ଦେବ ବିଏମସି

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ଏହାକୁ ରୋକିବା ଲାଗି ଏଠାରେ ଗଞ୍ଜାମ ଫର୍ମୁଲା କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି।  କୌଣସି ବ୍ୟକ୍ତି ଯଦି କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହେବା ପରେ ହୋମ୍ ଆଇସୋଲେସନରେ ରହୁଛନ୍ତି ତେବେ ରୋଗୀମାନଙ୍କୁ ୧୦ଦିନର ହୋମ ଆଇସୋଲେସନ୍ ସମୟର ଓ ୭ ଦିନ ହୋମ କ୍ୱାରେନଟାଇନ ସମୟର ଅର୍ଥାତ୍ ୧୭ ଦିନର ଡିସଚାର୍ଜ ପ୍ରମାଣପତ୍ର ଏଣିକି ମିଳିପାରିବ ବୋଲି ଆଜି ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ଏଥିସହିତ ଯଦି ଆପଣ କରୋନା ସହିତ ଜଡ଼ିତ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଦୟାକରି ଆପଣଙ୍କର ସମ୍ପୃକ୍ତ ଜୋନର ନୋଡାଲ୍ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ ବୋଲି ବିଏମସି ଟୁଇଟ ମାଧ୍ୟମରେ ଜଣାଇଛି। ଏଥିସହିତ ଯେକୌଣସି ବ୍ୟକ୍ତି ୧୯୨୯କୁ ଫୋନ୍ କରି କୋଭିଡ ସମ୍ପର୍କୀତ ସୂଚନା ବି ପାଇ ପାରିବେ।

ଆଜି ରାଜଧାନୀରୁ ଗୋଟିଏ ଦିନରେ ୪୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୪୬୦ଜଣଙ୍କ ମଧ୍ୟରୁ ୧୮୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଂଚଳରୁ ୨୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୪୦୫ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛି ମହାନଗର ନିଗମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe