ଝାଡୁ ଛାଡି ଆନ୍ଦୋଳନକୁ ଓହ୍ଲାଇଲେ ବିଏମସି ସଫେଇ କର୍ମଚାରୀ । ୫୦ଟି ୱାର୍ଡର ସଫେଇ କର୍ମଚାରୀ ସାମିଲ ।

246

କନକ ବ୍ୟୁରୋ: ଦରମା ବୃଦ୍ଧି ଦାବି, ଝାଡୁ ଛାଡି ଆନ୍ଦୋଳନରେ ସଫେଇ କର୍ମଚାରୀ । ରାଜମହଲ ଫ୍ଲାଏଓଭର ତଳେ ଶହ ଶହ ସଫେଇ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦରମା ବୃଦ୍ଧି ସାଙ୍ଗକୁ ଅନ୍ୟ ଦାବି ଗୁଡିକ ନେଇ ବିଏମସି କୌଣସି ପଦକ୍ଷେପ ନେଉନଥିବା ବେଳେ ସଫେଇ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ରାଜଧାନୀର ପରିମଳ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିଥିବା ବେଳେ ୫୦ଟି ୱାର୍ଡରୁ ସକାଳୁ ଅଳିଆ ଉଠିନଥିବା ଦେଖିବାକୁ ମିଳିଛି । ମାସିକ ବେତନ ୧୫ହଜାରକୁ ବୃଦ୍ଧି କରିବା ସହ ଆବର୍ଜନା ପୃଥକ କରିବାକୁ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ କରିବାକୁ ସଫେଇ କର୍ମଚାରୀ ମାନେ ଦାବି କରିଛନ୍ତି । ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ମଧ୍ୟ ବିରୋଧ କରାଯାଇଛି । ତମାମ ପ୍ରସଙ୍ଗକୁ ନେଇ ଫେବୃଆରୀ ୨୪ରୁ ସଫେଇ କର୍ମୀ ମାନେ ଆନ୍ଦୋଳନ କରୁଥିବା ବେଳେ ୨୯ତାରିଖରେ ମେୟରଙ୍କୁ ଭେଟି ନିଜର ସମସ୍ୟା ଜଣାଇଥିଲେ । ତେବେ ବିଏମସି ଦାବି ନଶୁଣିବା ଫଳରେ ଶେଷରେ ଝାଡ଼ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ସଫେଇ କର୍ମଚାରୀ