କନକ ବ୍ୟୁରୋ : ଭୁବନେଶ୍ୱର ମସଜିଦ କଲୋନୀ ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାର ରିପୋର୍ଟ ଦେଇଛି ବିଏମସି ।  ନଗର ଉନୟନ ବିଭାଗକୁ ରିପୋର୍ଟ ଦେଲା ବିଏମସି । ଗତ ୨ ଦିନ ତଳେ ଡ୍ରେନରେ ଭାସି ନାବାଳକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସମ୍ପର୍କରେ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Advertisment

ଏହି ରିପୋର୍ଟ ପ୍ରଦାନ କରିବା ସହ ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଏମସି । ଡ୍ରେନ କାମ ନେଇ ସେହି ସମୟରେ ଡ୍ରେନେଜ ବିଭାଗର କାର୍ଯ୍ୟରତ ଅଧିକାରୀଙ୍କୁ ଦାୟୀ କରିଛି ବିଏମସି । ଏହାସହ ଭୁବନେଶ୍ୱରରେ କେତେ କିଲୋମିଟର ଡ୍ରେନ ମୁକୁଳା ଅଛି ଏବଂ କେତୋଟି ଡ୍ରେନରେ ସ୍ଲାବ ନାହିଁ ତାହାର ସବିଶେଷ ରିପୋର୍ଟ ନଗର ଉନ୍ନୟନ ବିଭାଗକୁ ଦେଇଛି ବିଏମସି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।