କର୍ମଚାରୀଙ୍କୁ ୧୦ ଟଙ୍କାରେ ପେଟପୁରା ଖାଦ୍ୟ ଯୋଗାଇବ ମୁମ୍ବାଇ ମହାନଗର ନିଗମ : କର୍ମଚାରୀଙ୍କ ପାଇଁ ୧୦ ଟଙ୍କିଆ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ କଲା ବିଏମସି

କର୍ମଚାରୀଙ୍କୁ ୧୦ ଟଙ୍କାରେ ପେଟପୁରା ଖାଦ୍ୟ ଯୋଗାଇବ ମୁମ୍ବାଇ ମହାନଗର ନିଗମ : କର୍ମଚାରୀଙ୍କ ପାଇଁ ୧୦ ଟଙ୍କିଆ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ କଲା ବିଏମସି

ମୁମ୍ବାଇ ମହାନଗର ନିଗମ (ବିଏମସି) ନିଜର କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନରେ ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ କରିଥିବା ଜଣାପଡ଼ିଛି। ବିଏମସି ମେୟର କିଶୋରୀ ପେଦନେକର ଏହାର ଶୁଭାରମ୍ଭ କରିଛନ୍ତି। ଏହି ଖାଦ୍ୟ ଥାଳିରେ ୨ ଟି ରୁଟି, ଭାତ, ଡ଼ାଲି ଓ ୨ ଟି ତରକାରୀ ମିଳିବ। ଗୋଟିଏ ଥାଳି ପାଇଁ ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଥିରୁ ୪୦ ଟଙ୍କା ମହାରାଷ୍ଟ୍ର ସରକାର ବହନ କରିବେ। ଉକ୍ତ ଭୋଜନ ବ୍ୟବସ୍ଥା କେବଳ ବିଏମସି କର୍ମଚାରୀ ଓ ସେଠାକୁ ଆସୁଥିବା ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ।

ଏହାସହ ମହାରାଷ୍ଟ୍ରର ଅନ୍ୟ ସରକାରୀ କାର୍ୟ୍ୟାଳୟ ଗୁଡ଼ିକରେ ମଧ୍ୟ ଏଭଳି ଯୋଜନା ଆରମ୍ଭ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଓ ଖୁବଶୀଘ୍ର ଏହି ଯୋଜନା ମହାରାଷ୍ଟ୍ରର ଅନ୍ୟ କେତେକ ସହରରେ ମଧ୍ୟ କାର୍ୟ୍ୟକାରୀ ହେବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଶିବସେନା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସ୍ୱଳ୍ପ ଟଙ୍କାରେ କର୍ମଚାରୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଘୋଷଣା କରିଥିଲା। ଏହି ଯୋଜନା ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାରର ସାଧାରଣ ସର୍ବନିମ୍ନ କାର୍ୟ୍ୟକ୍ରମର ଏକ ଅଂଶ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe