ଭୁବନେଶ୍ୱରରେ ରେସ୍ତୋରାଁ ସିଲ୍ କଲା ବିଏମସି । ନବରାତ୍ରରେ ଦାଣ୍ଡିଆ କାର୍ଯ୍ୟକ୍ରମ କରୁଥିଲା ଆୟୋଜନ ।

234

କନକ ବ୍ୟୁରୋ: ରେସ୍ତୋରାଁ ସିଲ୍ କଲା ବିଏମସି । ରାଜଧାନୀ ଭୁବନେଶ୍ୱରର ନିକୋ ପାର୍କ ନିକଟରେ ଥିବା ନାଇନଥ୍ ଷ୍ଟ୍ରିଟ୍ ରେସ୍ତୋରାଁକୁ ବିଏମସି ସିଲ୍ କରିଛି । ଏହି ରେସ୍ତୋରାଁ ବିନା କୌଣସି ଅନୁମତିରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ନେଇ ବିଏମସି ସୂଚନା ପାଇବା ପରେ ଏହାକୁ ତୁରନ୍ତ ସିଲ୍ କରିଛି ।

ବିଏମସି କମିସନର ସଞ୍ଜୟ ସିଂହଙ୍କ ନିର୍ଦ୍ଦେଶକ୍ରମେ ବିଏମସି ଦକ୍ଷିଣ-ପୂର୍ବ ଜୋନ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଏହି ରେସ୍ତୋରାଁରେ ପହଞ୍ଚିଥିଲା । ଆଉ ତୁରନ୍ତ ଏହି ରେସ୍ତୋରାଁକୁ ସିଲ୍ କରିଥିଲା । ତେବେ ସୂଚନା ମୁତାବକ, ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ଏହି ରେସ୍ତୋରାଁ ବିନା କୌଣସି ଅନୁମତିରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲା । ଏଥିପାଇଁ ଅନଲାଇନରେ ଟିକେଟ୍ ମଧ୍ୟ ବିକ୍ରି କରାଯାଇଥିଲା । ଆସନ୍ତା ଅକ୍ଟୋବର ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ହେବାର ଥିଲା । ହେଲେ ଏହା ପୂର୍ବରୁ ବିଏମସି ଅଧିକାରୀ ସେଠାରେ ପହଞ୍ଚି ରେସ୍ତୋରାଁକୁ ସିଲ୍ କରିଛନ୍ତି ।