କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ ହେଲା ଭୁବନେଶ୍ୱରର ମନୋଜ ‘ଦ ନନ୍ ଭେଜ ୱାର୍ଲ୍ଡ’ : ୩ କର୍ମଚାରୀ ଗିରଫ; ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଖୋଲିପାରିବନି ଦୋକାନ

455

କନକ ବ୍ୟୁରୋ : ସିଲ ହେଲା ମନୋଜ ‘ଦ ନନ ଭେଜ ୱାର୍ଲ୍ଡ’ । ପଟିଆ ସ୍ଥିତ ‘ଦ ନନ୍ ଭେଜ ୱାର୍ଲ୍ଡ’ ଦୋକାନ ଉଭୟ ଅନ ଲାଇନ୍ ଓ ଅଫଲାଇନରେ ବିକ୍ରି କରୁଥିଲା । ନୀୟମ ଉଲ୍ଲଘଂନ କରିବାରୁ ସିଲ କଲା ବିଏମସି । ବିଏମସି କର୍ତୃପକ୍ଷ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତିରେ ହେଲା ସିଲ । ନିୟମ ଉଲ୍ଲଘଂନ କରିଥିବା ୩ଜଣ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ଅନିର୍ଦ୍ଧିଷ୍ଠ କାଳ ପାଇଁ ବିଏମସି ଦୋକନଟିକୁ ସିଲ କରିଛି ।

ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଦୋକାନଟି ବନ୍ଦ ରହିବା ନେଇ ସୁଚନା ମିଳିଛି । ରାଜଧାନୀରେ କରୋନା ସଂକ୍ରମଣ ଅଧିକା ରହୁଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ ସରକାର କଟକଣା ଜାରି କରିଛନ୍ତି । ରାଜ୍ୟରେ ତାଲାବନ୍ଦ ଜାରି ରହିଛି । କିନ୍ତୁ କିଛି ଅମାନିଆ କଟକଣାକୁ ନମାନି ଦୋକାନ ଖୋଲୁଥିବାରୁ ପୋଲିସ ଚଢାଉ କରି ସିଲ କରିବାକୁ ବାଧ୍ୟ ହେଉଛି ।