ମାର୍କେଟ ବିଲ୍ଡିଂ ଅଂଚଳରେ ଥିବା ବିଶାଲ୍ ମେଗାମାର୍ଟ ସିଲ୍ । କୋଭିଡ୍ ନିୟମ ଉଲ୍ଲଙ୍ଘନ ହେତୁ ସିଲ୍ କଲା ବିଏମସି । 

361

କନକ ବ୍ୟୁରୋ: ଭୁବନେଶ୍ୱରରେ ସଂକ୍ରମଣ ବଢୁଥିବା ବେଳେ ଏବେ ତତ୍ପର ହୋଇଉଠିଛି ବିଏମସି । ବିଏମସର ଏନଫୋର୍ସମେଂଟ୍ ସ୍କ୍ୱାର୍ଡ ଆଜି ମାର୍କେଟ ବିଲ୍ଡିଂରେ ଜୋରଦାର ଚେକିଂ କରିବା ସହିତ ବିଭିନ୍ନ ମଲ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଥିବା ହେତୁ ମାର୍କେଟ ବିଲ୍ଡିଂ ଅଂଚଳରେ ଥିବା ବିଶାଲ ମେଗାମାର୍ଟକୁ ସିଲ୍ କରିଦିଆଯାଇଛି । ସେଠାରେ ଅପର୍ଯ୍ୟାପ୍ତ ଭିଡ ଥିବା ଦେଖିବାକୁ ମିଳିଥିଲା । ଯାହାପରେ ବିଏମସି ଏହି ସୋ ରୁମକୁ ସିଲ୍ କରିଦେଇଛି ।

ଏହାସହ ବିଏମସିର ସ୍ୱତନ୍ତ୍ର ସ୍କ୍ୱାର୍ଡ କ୍ୱିନ୍ସ କଲେକ୍ସନ, କୋଲକାତା ବଜାର ଏବଂ ସିଟି ଫ୍ୟାସନକୁ ମଧ୍ୟ ଜରିମାନା କରିଛନ୍ତି । ଏହି ସବୁ ସୋ ରୁମରେ ଅଧିକ ଗହଳି ଥିବାରୁ ବିଏମସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।  ଅନ୍ୟପଟେ ଆଜି ସଂକ୍ରମଣକୁ ଆଖି ଆଗରେ ରଖି ବିଏମସି ରାଜଧାନୀବାସୀଙ୍କ ପାଇଁ ନୂଆ ମାର୍ଗ ଦର୍ଶିକା ଜାରି କରିଛି । ଯେଉଁଥିରେ ବିବାହ କାମ ପାଇଁ କେବଳ ଶହେ ଏବଂ ଅନ୍ତ୍ୟେଷ୍ଟ କ୍ରିୟା ପାଇଁ କେବଳ ପଚାଶ ଜଣ ଲୋକ ଯୋଗ ଦେଇପାରିବେ ବୋଲି ବିଏମସି ନିର୍ଦ୍ଦେଶାନାମା ଜାରି କରିଛି ।