କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଂଘନ ଯୋଗୁଁ ଦୁଇଟି ପ୍ରମୁଖ ବଜାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଛି ଭୁବନେଶ୍ୱର ମହାନଗର ନିଗମ । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ୪ ନମ୍ବର ମାଛ ବଜାରକୁ ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ସିଲ୍ କରିଛି ବିଏମସି । ସେହିପରି ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ବଜାର ବାପୁଜୀନଗର ମାର୍କେଟ୍କୁ ଜୁଲାଇ ୧ ଯାଏଁ ସିଲ୍ କରାଯାଇଛି । ଗତ ୧୮ ତାରିଖରେ କୋଭିଡ ନିୟମ ଉଲଂଘନ ଅଭିଯୋଗରେ ବିଏମସି ଏହି ଦୁଇଟି ବଜାରକୁ ଜୁଲାଇ ୨୫ ଯାଏଁ ସିଲ୍ କରିଥିଲା । ବର୍ତମାନ ଏହାର ସ୍ଥିତି ଅନୁଧ୍ୟାନ କରି ପୁଣି କଟକଣା ଅବଧିକୁ ଜୁଲାଇ ୧ ଯାଏଁ ବୃଦ୍ଧି କରିଛି ।
ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ଭୁବନେଶ୍ୱର ୪ ନମ୍ବର ମାର୍କେଟ ଏବଂ ବାପୁଜୀନଗର ମାର୍କେଟ୍ ଜୁଲାଇ ୧ ଯାଏଁ ସିଲ୍, ବିଏମସି ବଢାଇଲା କଟକଣା ଅବଧି । #Odisha#Covid19@bmcbbsr#MaskUpOdishapic.twitter.com/i4XlerPfaj
— Kanak News (@kanak_news) June 26, 2021