ୟୁନିଟ୍-୧ ସ୍ଥିତ ଏସବିଆଇ ବ୍ୟାଙ୍କକୁ ସିଲ୍ କଲା ବିଏମସି । ୭ କର୍ମଚାରୀ ସଂକ୍ରମିତ ଚିହ୍ନଟ ପରେ ୪୮ ଘଂଟା ପାଇଁ ବ୍ୟାଙ୍କ୍ ସିଲ୍ ।

153

କନକ ବ୍ୟୁରୋ: ଭୁବନେଶ୍ୱରରେ ଏସବିଆଇ ବ୍ୟାଙ୍କକୁ ସିଲ୍ କଲା ବିଏମସି । ୟୁନିଟ୍-୧ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଏହାକୁ ୪୮ ଘଂଟା ପାଇଁ ସିଲ୍ କରିଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି ।

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏହି ଶାଖାରୁ ୭ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ତୁରନ୍ତ ଏହାକୁ ସିଲ୍ କରିବା ସହିତ କଂଟାକ୍ଟ ଟ୍ରେସିଂ ଆରମ୍ଭ କରିଛି । ତେବେ ଏଠାକାର କର୍ମଚାରୀ କେମିତି କୋଭିଡ୍ ସଂକ୍ରମିତ ହେଲେ ସେନେଇ କଂଟାକ୍ଟ ଟ୍ରେସିଂ ପରେ ହିଁ ସୂଚନା ମିଳିପାରିବ ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଭୁବନେଶ୍ୱରର ଏକାଧିକ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ କୋଭିଡ୍ ସଂକ୍ରମିତ ହୋଇଥିଲେ । ଏହାପରେ ବିଏମସି ତୁରନ୍ତ ଏହି ସବୁ ଶିକ୍ଷାନୁଷ୍ଠାନକୁ ସିଲ୍ କରିଥିଲା । ଏବେ ବ୍ୟାଙ୍କରୁ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ଏସବିଆଇର ଏହି ଶାଖାକୁ ମଧ୍ୟ ସିଲ୍ କରିଛି ।