କନକ ବ୍ୟୁରୋ: ଭୁବନେଶ୍ୱରରେ ଏସବିଆଇ ବ୍ୟାଙ୍କକୁ ସିଲ୍ କଲା ବିଏମସି । ୟୁନିଟ୍-୧ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଏହାକୁ ୪୮ ଘଂଟା ପାଇଁ ସିଲ୍ କରିଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି ।
ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏହି ଶାଖାରୁ ୭ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ତୁରନ୍ତ ଏହାକୁ ସିଲ୍ କରିବା ସହିତ କଂଟାକ୍ଟ ଟ୍ରେସିଂ ଆରମ୍ଭ କରିଛି । ତେବେ ଏଠାକାର କର୍ମଚାରୀ କେମିତି କୋଭିଡ୍ ସଂକ୍ରମିତ ହେଲେ ସେନେଇ କଂଟାକ୍ଟ ଟ୍ରେସିଂ ପରେ ହିଁ ସୂଚନା ମିଳିପାରିବ ।
ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଏସବିଆଇ ବ୍ରାଂଚ ସିଲ୍ । ୭ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ବ୍ୟାଙ୍କକୁ ସିଲ୍ କଲା ବିଏମସି । ୪୮ ଘଣ୍ଟା ଯାଏଁ ବ୍ରାଂଚକୁ ସିଲ୍ କଲା ବିଏମସି । @bmcbbsr#COVID19pic.twitter.com/e9DulhqIYr
— Kanak News (@kanak_news) April 4, 2021
ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଭୁବନେଶ୍ୱରର ଏକାଧିକ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ କୋଭିଡ୍ ସଂକ୍ରମିତ ହୋଇଥିଲେ । ଏହାପରେ ବିଏମସି ତୁରନ୍ତ ଏହି ସବୁ ଶିକ୍ଷାନୁଷ୍ଠାନକୁ ସିଲ୍ କରିଥିଲା । ଏବେ ବ୍ୟାଙ୍କରୁ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ଏସବିଆଇର ଏହି ଶାଖାକୁ ମଧ୍ୟ ସିଲ୍ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/31-3.jpg)