କନକ ବ୍ୟୁରୋ: ବର୍ଷା ଦିନ ଆସୁଥିବାରୁ ସମ୍ଭାବ୍ୟ ଡେଙ୍ଗୁ ରୋଗ ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି । ଭୁବନେଶ୍ୱରରେ ବିଶେଷ କରି ଉତର ଜୋନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଏଥିପ୍ରତି ସତର୍କ ହୋଇଛି ବିଏମସି । ଡେଙ୍ଗୁ ରୋଗ ନିବାରଣ ଦିଗରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଏବଂ ବିଏମସିର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ହେବେ । ୮୫୦ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି କାର୍ଯ୍ୟ କରିବେ । ସେହିଭଳି ହଟସ୍ପଟ ଅଞ୍ଚଳରେ ତଦାରଖ କରିବା ପାଇଁ ଏକ ୬୦ ଜଣିଆ ସ୍ୱାର୍ଡ ଗଠନ କରାଯାଇଛି ।

Advertisment

ଭୁବନେଶ୍ୱର ୧୩ ଏବଂ ୧୪ ନମ୍ବର ୱାର୍ଡରେ ୨୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ବିଏମସି । ଏନେଇ ବିଏମସି ମେୟର ସୂଲୋଚନା ଦାସ ସୂଚନା ଦେବା ସହ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ବିଏମସିର ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ । ଡେଙ୍ଗୁ ଉପରେ ସଚେତନତା ପାଇଁ ୩ ଟି ଜୋନରେ ତିନିଟି ନିଧି ରଥର ବ୍ୟବସ୍ଥା କରାଯାଇଛି । ଏହି ଗାଡି ବୁଲି ବୁଲି ଲୋକଙ୍କୁ ସଚେତନ କରିବ । ଡେଙ୍ଗୁ ବଂଶ ନିପାତ କରୁଥିବା ମଙ୍ଗୁସିଆ ମାଛ ଛଡାଯିବାର ଯୋଜନା ଥିବା ନେଇ କହିଛନ୍ତି ମେୟର ।