କନକ ବ୍ୟୁରୋ: ରେଡ୍ କରିବାକୁ ଯାଇ ଲିଫ୍ଟରେ ଫସିଲେ ବିଏମସି ଅଧିକାରୀ । ଶନିବାର ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ହୋଟେଲ ଓ ବାରରେ ରେଡ୍ କରିବା ସମୟରେ ପ୍ରାୟ ଏକ ଘଣ୍ଟା କାଳ ଲିଫ୍ଟରେ ଫସି ହଟାହଟା ହୋଇଛନ୍ତି ବିଏମସି ଅଧିକାରୀ । ମିଳିଥିବା ସୂଚନା ମୁତାବକ, ଗତକାଲି ବିଏମସିର ଏକ ସ୍ୱତନ୍ତ୍ର ଟିମ୍ ରାଜଧାନୀର ବିଭିନ୍ନ ଅଞ୍ଚଳରେ ତନାଘନା କରିବା ସହିତ ବିଭିନ୍ନ ବାର୍ ଆଉ ହୋଟେଲ ଉପରେ ରେଡ୍ କରିଥିଲା । ହେଲେ ଏହିି ସମୟରେ ଗୋଟିଏ ନିର୍ଦ୍ଧିଷ୍ଟ ବାର୍ ଉପରେ ରେଡ୍ କରିବା ସମୟରେ ସେହି ବାରର ସିକ୍ୟୁରିଟି ଗାର୍ଡ ଜାଣିଶୁଣି ଲିଫ୍ଟ ବନ୍ଦ କରିଦେଇଥିଲା । ଯାହା ଫଳରେ ବିଏମସି ଅଧିକାରୀମାନେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଲିଫ୍ଟରେ ଫସି ରହିଥିଲେ ।
ତେବେ ବାରକୁ ସିଲ୍ କରିବା ସହିତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଏମସି ଅଧିକାରୀ । ଗତକାଲି ଦୁଇଟି ବାରକୁ ବିଏମସି ସିଲ୍ କରିବା ସହିତ ବାର ମ୍ୟାନେଜରଙ୍କୁ ଚନ୍ଦ୍ରଶେଖରପୁର ଥାନାରେ ଅଟକ ରଖାଯାଇଛି । ତେବେ କୋଭିଡ୍ ନିୟମ ଉଲ୍ଲଘଂନ କରି ବିଳମ୍ବିତ ରାତି ଯାଏ ଏହି ସବୁ ବାରରେ ନାଚ ଗୀତ ଚାଲିଥିଲା । ଯାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମସି । ତେବେ ରେଡ୍ ଭୟରେ ବିଏମସି ଅଫିସରଙ୍କୁ ଲିଫ୍ଟରେ ଅଟକ ରଖିବା ଏବେ ଚର୍ଚ୍ଚାର କାରଣ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/vlcsnap-2021-09-19-07h31m02s202.png)