ସେନାରେ ଭର୍ତ୍ତି ପାଇଁ ଆସିଥିବା ଯୁବକଙ୍କ ଦୁର୍ଦ୍ଦଶା ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ରାଜଧାନୀର ୭ଟି ସ୍ଥାନରେ ରହିବା, ପାନୀୟ ଜଳ ପାଇଁ ହେଲା ବ୍ୟବସ୍ଥା

ମାରବାଡି ସଂଘ ଯୋଗାଇଲା ମାଗଣା ଖାଇବା; ଟ୍ୱଟ୍ କରି ଧନ୍ୟବାଦ ଜଣାଇଲେ ପୋଲିସ କମିଶନର

876

କନକ ବ୍ୟୁରୋ: ସେନାରେ ଭର୍ତ୍ତି ହେବା ପାଇଁ ଭୁବନେଶ୍ୱରରେ ବିଭିନ୍ନ ରାଜ୍ୟର ପିଲା ଭିଡ ଜମାଇଥିବା ବେଳେ କିଭଳି ଦୟନୀୟ ଅବସ୍ଥାରେ ରାତି ବିତାଉଛନ୍ତି, ତାହାର ଏକ୍ସକ୍ଲୁସିଭ୍ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ । ଏହାକୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା । ଏହି ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ପୋଲିସ କମିଶନରଙ୍କ ଉଦ୍ୟମ ପରେ ବିଏମସି ଓ କମିଶନରେଟ ପୋଲିସ ମିଳିତ ଭାବେ ଏନେଇ ନେଇଛନ୍ତି ପଦକ୍ଷେପ ।

ସହରର ୭ଟି ସ୍ଥାନରେ ଏହି ଯୁବକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମାରବାଡି ସଂଘ ପକ୍ଷରୁ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା । ୧୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସେନାରେ ଭର୍ତି ହେବା ପାଇଁ ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିଅନ କ୍ୟାମ୍ପସରେ ପରୀକ୍ଷା ହେଉଛି । ଏଥିରେ ଭାଗ ନେବା ପାଇଁ ପ୍ରତିଦିନ ହଜାର ହଜାର ପିଲା ଆସୁଥିବା ବେଳେ ସେମାନଙ୍କ ପାଇଁ ସାଧାରଣ ମୌଳିକ ସୁବିଧା ମଧ୍ୟ ଦିଆଯାଇ ନଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ କରାଯାଇଥିଲା ।