ବ୍ୟବହାର ହେଉନଥିବା ଦୋକାନକୁ ନେଇ କଠୋର ହେଲା ବିଏମସି । ବ୍ୟବହାର ନହେଲେ ହଟିବ ଦୋକାନ । ସତ୍ୟନଗରରେ ଲାଗିଲା ନୋଟିସ୍ ।

47

କନକ ବ୍ୟୁରୋ: ରାସ୍ତା କଡ଼ରେ ବ୍ୟବହାର ନହୋଇ ପଡ଼ିରହିଥିବା ଭଙ୍ଗା ଦଦରା କ୍ୟାବିନ୍, କାଠ ଷ୍ଟ୍ରକଚରକୁ ଉଠାଇ ନେବ ବିଏମସି । ରାସ୍ତା କଡ଼ରେ ରହି ଜାଗା ମାଡ଼ିବସିବା ସହ ସହରକୁ ଅସୁନ୍ଦର କରୁଛି । ପରେ ଏହା ମଦୁଆଙ୍କ ଆଡ଼ା ପାଲଟୁଛି । ଏସବୁକୁ ହଟାଇ ଏହି ପରିତ୍ୟକ୍ତ ବା ଖାଲି ଜାଗାକୁ ବିଏମସି ପ୍ଲେସ ମେକିଂ ଯୋଜନାରେ ବ୍ୟବହାରଯୋଗ୍ୟ କରିବ । ବିଏମସି ଏହି ସବୁ ପରିତ୍ୟକ୍ତ କ୍ୟାବିନରେ ନୋଟିସ୍ ଲଗାଇବା ଆରମ୍ଭ କରିଛି । ପୁରା ସହରରେ ଖୋଜି ଖୋଜି ନୋଟିସ୍ ଲଗାଇବାକୁ ଯୋଜନା କରିଛି ଭୁବନେଶ୍ୱର ମହାନଗର ନିଗମ । ନୋଟିସର ଗୋଟିଏ ସପ୍ତାହ ମଧ୍ୟରେ କ୍ୟାବିନ୍ ବା ଷ୍ଟ୍ରକଚର ସମ୍ପୃକ୍ତ ମାଲିକ ନହଟାଇଲେ ବିଏମସି ଉଠାଇ ନେବ ବୋଲି ନୋଟିସରେ ଚେତାବନୀ ଦେଇଛି । ।