ଅକ୍ଟୋବର/ ନଭେମ୍ବର ମାସ ପାଇଁ ପୂଜା ଗାଇଡଲାଇନ୍ ଆଣିଲା ବିଏମସି । ଜାଣନ୍ତୁ, ଜାରି ହେଲା କେଉଁ କେଉଁ ନୂଆ ନିୟମ…

236

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରେ ହେବାକୁ ଯାଉଥିବା ପୂଜା ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛି ବିଏମସି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଭୁବନେଶ୍ୱର ମହାନଗର ନିଗମ ତରଫରୁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି । ଆସନ୍ତା ମାସରେ ହେବାକୁ ଥିବା ଲକ୍ଷ୍ମୀ ପୂଜା, କାଳୀ ପୂଜା,କାର୍ତ୍ତିକ ବ୍ରତ ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଏହି ଗାଇଡଲାଇନ୍ ଧାର୍ଯ୍ୟ କରାଯାଇଛି ।

ତେବେ ନଜର ପକାନ୍ତୁ, ବିଏମସି ଆଣିଥିବା ଏହି ଗାଇଡଲାଇନ୍ ଉପରେ…

  • କୋଭିଡ୍ କଟକଣା ସହ ମଣ୍ଡପ ବା ପେଣ୍ଡାଲରେ ପୂଜା ଆୟୋଜିତ ହୋଇପାରିବ । ହେଲେ ସେଠାରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ ହେବ । ପୂଜା ପାଇଁ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଅନୁମତି ଆଣିବାକୁ ପଡିବ
  • ପୂଜା ସମୟରେ ମଣ୍ଡପର ୩ ପାଶ୍ୱର୍ ବନ୍ଦ ରହିବ । ଅନ୍ୟ ଗୋଟିଏ ପାଶ୍ୱର୍ରେ ପୂଜାରୀ ଓ ଆୟୋଜକ ଯିବା ଆସିବା କରିପାରିବେ । ତେବେ ମଣ୍ଡପରେ ସାଧାରଣ ଦର୍ଶନ ବନ୍ଦ ରହିବ
  • ମଣ୍ଡପରେ ଦେବାଦେବୀଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟର କମ ରହିବ
  • ମଣ୍ଡପରେ କେବଳ ୭ ଜଣ ଲୋକ ଆୟୋଜକ ଭାବେ ରହିପାରିବେ
  • ସମସ୍ତ ଆୟୋଜକ ଓ ପୂଜକ କୋଭିଡ୍ ଟିକା ନେଇଥିବା ଆବଶ୍ୟକ
  • ପୂଜା ପରେ ଭସାଣ ଉତ୍ସବ ପାଇଁ ଅନୁମତି ମିଳିବ ନାହିଁ, କୃତ୍ରିମ ପୋଖରୀରେ ବିସର୍ଜନ ହେବ
  • କାର୍ତ୍ତିକ ବ୍ରତରେ ହବିଷ୍ୟାଳୀମାନେ ମନ୍ଦିରରେ ଏକାଠି ହୋଇପାରିବେ ନାହିଁ
  • କାର୍ତ୍ତିକ ପୂର୍ଣ୍ଣିମାରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ବିନ୍ଦୁସାଗର, ନଦୀକୂଳ ଅଞ୍ଚଳରେ ବିଏମସି କଟକଣା ଜାରି କରିଛି