ରାଜଧାନୀରେ ଛୋଟ ବିଲ୍ଡିଂ ପାଇଁ ଅନୁମୋଦନ ସହଜ: ଲୋ ରିସ୍କ କୋଠା ପାଇଁ ଆଉ ଦରକାର ପଡିବନି ବିଲଣ୍ଡିଂ ପ୍ଲାନ ମଂଜୁରୀ

201

କନକ ବ୍ୟୁରୋ: ଭୁବନେଶ୍ୱର ଆଖପାଖରେ ଛୋଟ ବିଲଣ୍ଡିଂ ପାଇଁ ପ୍ଲାନ ଅନୁମୋଦନ ସହଜ ହେଲା । ଲୋ ରିସ୍କ କୋଠା ପାଇଁ ଆଉ ବିଲଣ୍ଡିଂ ପ୍ଲାନ ମଂଜୁରୀର ଆବଶ୍ୟକତା ପଡିବ ନାହିଁ । ସର୍ବାଧିକ ୧୦ମିଟର ଉଚ୍ଚତା ଓ ୫ହଜାର ୪ଶହ ବର୍ଗ ଫୁଟ ବିଶିଷ୍ଟ କୋଠା ନିର୍ମାଣ ପାଇଁ ପ୍ଲାନ ମଂଜୁରୀ ଦରକାର ନାହିଁ । ବିଡିଏ ୱେବସାଇଟରେ ୧୦୪ଟି ଅନୁମୋଦିତ ବିଲଣ୍ଡଂ ପ୍ଲାନ ରହିଛି । ଏଥିରୁ ଘର ମାଲିକ ମନପସନ୍ଦର ପ୍ଲାନ ଚୟନ କରିପାରିବେ । ଏହି ୧୦୪ ନିର୍ଦ୍ଧାରିତ ପ୍ଲାନରୁ କିଛି ପ୍ଲାନ ନେଲେ କେବଳ ଫି ଦେବାକୁ ପଡିବ ।

ବିଡିଏ, ବିଏମସି ଓ ହାଉସିଂ ବୋର୍ଡର ଅନୁମୋଦନ ପାଇଥିବା ପ୍ଲାନ ନେଲେ କେବଳ ଅନଲାଇନରେ ଦେୟ ଦେଇ ପ୍ଲାନ ନେଇପାରିବେ । ‘ଡବ୍ଲୁଡବ୍ଲୁଡବ୍ଲୁ ଡଟ ଭୁବେନଶ୍ୱର ଡଟ ମି’ ରେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ତଥା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଏହା ସହ ୱେବାସାଇଟରେ ନୂଆ ଫିଚର ‘ରୋଡ କୋଡିଂ’ ଯୋଡା ଯାଇଛି । ଏହାଦ୍ୱାରା କେଉଁ ସଂସ୍ଥା ନିର୍ଦ୍ଧାରିତ ସମୟ ପରେ ରାସ୍ତା ସଜାଡୁନି ସେନେଇ ଜଣାପଡିବ ।

ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ ଛୋଟ ବିଲ୍ଡିଂ ପାଇଁ ପ୍ଲାନ ଅନୁମୋଦନ ସହଜ ହୋଇଛି। ୧୦ ମିଟର ଉଚ୍ଚତା ଓ ୫୪୦୦ ବର୍ଗ ଫୁଟ ଘର ତିଆରି ପ୍ଲାନ ପାଇଁ ଅନୁମୋଦନ ସହଜ ହୋଇଛି। ବିଡିଏର ୧୦୪ ନିର୍ଧାରିତ ପ୍ଲାନ ନେଲେ କେବଳ ଦେବାକୁ ପଡିବ। ଅନୁମୋଦିତ ପ୍ଲାନ ଥିଲେ ପ୍ଲଟ ମାଲିକଙ୍କୁ କେବଳ ବିଡିଏ/ବିଏମସିକୁ ଜଣାଇବାକୁ ପଡିବ। ଏଥି ପାଇଁ www.bhubaneswar.meରେ ଅନଲାଇନରେ ଆବେଦନ କରିହେବ। ବିଡିଏ ଉପାଧ୍ୟକ୍ଷ ତଥା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି। ଏଣିକି ଏହି ୱେବସାଇଟରେ ଯୋଡ଼ା ଗଲା ନୂଆ ଫିଚର- ‘ରୋଡ଼ କଟିଙ୍ଗ’। କେଉଁ ସଂସ୍ଥା ନିର୍ଧାରିତ ସମୟ ପରେ ରାସ୍ତା ସଜାଡୁନି ଜଣାପଡିବ।