ଗୁଡ ଫ୍ରାଇଡେ ପାଇଁ ବିଏମିସି ଗାଇଡଲାଇନ୍ : ସର୍ବସାଧାରଣରେ ଏକାଠି ପର୍ବ ପାଳନ ମନା

ସର୍ବାଧିକ ୫୦ ଜଣଙ୍କୁ ନେଇ ଚର୍ଚ୍ଚରେ ପାଳନ ହେବ ଉତ୍ସବ

81

କନକ ବ୍ୟୁରୋ : ଗୁଡ୍ ଫ୍ରାଇଡେକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ନିର୍ଦ୍ଦେଶନାମା । ଗୁଡ୍ ଫ୍ରାଇଡେ ପାଳନ ପାଇଁ ସର୍ବଧାରଣ ସ୍ଥାନରେ ଗହଳି ନକରିବାକୁ ଗାଇଡଲାଇନ୍ କୁହାଯାଇଛି । ସେହିପରି ଚର୍ଚ୍ଚ ପରିସରରେ ଏକା ସମୟରେ ସର୍ବାଧିକ ୫୦ଜଣଙ୍କୁ ଧାର୍ମିକ ପରମ୍ପରା ପାଳନ ପାଇଁ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ସାମାଜିକ ଦୂରତା ଏବଂ କୋଭିଡ୍ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ପର୍ବପାଳନ ସମୟରେ ଚର୍ଚ୍ଚ ପରିସରରେ ସମସ୍ତେ ମାସ୍କ ପରିଧାନ କରିବା ନେଇ ଚର୍ଚ୍ଚ କର୍ତୃପକ୍ଷ ନିଶ୍ଚିତ କରିବେ । ଏହାସହ ଚର୍ଚ୍ଚ ପରିସରରେ ହାତ ଧୋଇବା ବ୍ୟବସ୍ଥା କିମ୍ବା ହ୍ୟାଣ୍ଡ ସେନିଟାଇଜର ରଖିବା ବ୍ୟବସ୍ଥା କରିବେ ଚର୍ଚ୍ଚ କର୍ତୃପକ୍ଷ । ତେବେ କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତି, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ ପିଲାଙ୍କୁ ଗୁଡ୍ ଫ୍ରାଇଡେ ପାଳନରୁ ବିରତ ରଖିବାକୁ ଏଥିରେ କୁହାଯାଇଛି ।