ଗଣେଶ ପୂଜା ପାଇଁ ଗାଇଡଲାଇନ୍ ଜାରି କଲା ବିଏମସି : ୪ ଫୁଟରୁ ଅଧିକ ହେବନି ମୂର୍ତ୍ତିର ଉଚ୍ଚତା

ପୂଜକ ଓ କର୍ତ୍ତାଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଅନୁମତି

211

କନକ ବ୍ୟୁରୋ :ଗଣେଶ ପୂଜାରୁ ମୁଖ୍ୟତଃ ପାର୍ବଣ ଆରମ୍ଭ ହେଉଥିବା ବେଳେ ବିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଧାର୍ମିକ ସମାବେଶ ଯେଭଳି କରୋନା ସଂକ୍ରମଣର କାରଣ ନହେବ, ତାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଗତ ଅଗଷ୍ଟ ୯ ତାରିଖରେ ସରକାର ପାର୍ବଣ ପାଇଁ ଯେଉଁ ଗାଇଡଲାଇନ ଜାରି କରିଥିଲେ ତାକୁ ଦୃଷ୍ଟିରେ ରଖି ବିଏମସି ତାର ଗାଇଡଲାଇନ ଦେଇଛି ।
– ଗଣେଶ ପୂଜା ଅବସରରେ କୌଣସି ପ୍ରକାର ଭିଡକୁ ବାରଣ କରାଯାଇଛି
– କୋଭିଡ ନିୟମ ମାନି ପୂଜା ମଣ୍ଡପ ଗୁଡିକ ଗଣେଶ ପୂଜା କରିପାରିବେ
– ବନ୍ଦ କୋଠରୀରେ ପୂଜା କଲାଭଳି ହେବ ଗଣେଶ ପୂଜା ଉତ୍ସବ
– ତିନିପଟୁ ସଂପୂର୍ଣ୍ଣ ଆବଦ୍ଧ ହେବ ଗଣେଶ ପୂଜା ପେଣ୍ଡାଲ
– ସାମ୍ନାପଟୁ ମଧ୍ୟ ସାଧାରଣ ଦର୍ଶନକୁ ବାରଣ କରାଯାଇଛି
– ଗଣେଶ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ
– ପୂଜକ ଓ ଆୟୋଜକଙ୍କୁ ମିଶାଇ ସର୍ବାଧିକ ୭ ଜଣ ରହିବାକୁ ଅନୁମତି
– ଭସାଣ ଉତ୍ସବ କରିପାରିବେ ନାହିଁ କୌଣସି ପୂଜା କମିଟି
– ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣଙ୍କୁ ନେଇ ହେବ ଗଣେଶ ପୂଜା
– ଗଣେଶ ପୂଜାରେ ହେବ ନାହିଁ ଭୋଜି ଭାତ