ରାଜଧାନୀ ପାଇଁ ନୂଆ ଗାଇଡଲାଇନ । ବିବାହ ଉତ୍ସବରେ ୧୦୦ରୁ ଅଧିକ ଲୋକଙ୍କୁ ଏକାଠି ହେବା ମନା । ମାସ୍କ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ

237

କନକ ବ୍ୟୁରୋ: ରାଜଧାନୀ ପାଇଁ ବିଏମ୍ସିର ନୂଆ ନିର୍ଦ୍ଦେଶନାମା । ବିବାହ କାର୍ଯ୍ୟକ୍ରମରେ ୧୦୦ଜଣରୁ ଅଧିକ ଲୋକ ହୋଇପାରିବେନି ଏକାଠି । କରୋନାର ଦ୍ୱିତୀୟ ଲହରୀ ଆଶଙ୍କାରେ ବିଏମ୍ସି ବିବାହ ଉତ୍ସବ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଏଥିସହିତ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ବିଏମସି ପକ୍ଷରୁ ୫୦ଜଣଙ୍କୁ ଅନୁମତି ଦିଆଯାଇଛିି ।

ଗତ ୬ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ଅନଲକ୍ ୬ ଗାଇଡ଼ଲାଇନରେ ବିବାହ କାର୍ଯ୍ୟରେ ୨୦୦ଜଣ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୧୦୦ଜଣ ରହିପାରିବେ ବୋଲି ସୂଚନା ଦେଇଥିଲୋ । ହେଲେ ମହାମାରୀର ଦ୍ୱିତୀୟ ଫେଜ୍କୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତନ କରାଯାଇଛି । ସେହିପରି ମାସ୍କ, ୬ ଫୁଟ୍ ବ୍ୟବଧାନ ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟପଟେ, ମହାମାରୀ କରୋନା ପାଇଁ ଗଂଜାମ ଜିଲ୍ଲାରେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାଣ ନିଷେଧ । ଦୀପ ଜାଳି ଦୀପାବଳି ପାଳନ ନିମନ୍ତେ ଅନୁରୋଧ କଲେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହା ସହ ଦୀପାବଳି ପାଳନ ପାଇଁ ମିଠା ଦୋକାନରେ ବିକ୍ରି ହେଉଥିବା ମିଠାର ଯାଂଚ ହେବ ବୋଲି କହିଛନ୍ତି । ଖାଦ୍ୟ ନିରୀକ୍ଷକଙ୍କ ଜରିଆରେ ମିଠାର ସାମ୍ପଲ ସଂଗ୍ରହ କରି ପରୀକ୍ଷା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମିଠା ଯାଂଚ ବେଳେ ଭିଡ଼ିଓ କରି ପଠାଇବାକୁ ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ । ମନ୍ଦିର ଖୋଲାଯାଇଥିଲେ ସମ୍ପୃକ୍ତ ମନ୍ଦିରର ପୂଜକ ନାମରେ ମାମଲା ରୁଜୁ କରାଯିବ । ଶୀତ ସମୟରେ କରୋନାର ଦ୍ୱିତୀୟ ଲହରୀର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାବାସୀଙ୍କୁ ସର୍ତକ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।